ସାନିଆ ମିର୍ଜାଙ୍କ ପୁଅ ସହ ଏକ ଫଟୋ ସେୟାର କଲେ ପରିଣିତି ଚୋପ୍ରା , ଜାଣନ୍ତୁ କ’ଣ ଦେଲେ କ୍ୟାପସନ୍

ନୂଆଦିଲ୍ଳୀ : ପରିଣିତି ଚୋପ୍ରା ନିଜର ବେଷ୍ଟ ଫ୍ରେଣ୍ଡ ସାନିଆ ମିର୍ଜାଙ୍କ ପୁଅ ଇଜହାନ୍ ଙ୍କ ସହିତ ଏକ ରମଣୀୟ ଫଟୋରେ ନଜର ଆସିଛନ୍ତି ଯେଉଁ ଥିରେ ଆମେମାନେ ଦୁହିଁଙ୍କ ମଧ୍ୟରେ ଥିବା ଭଲ ପାଇବାକୁ ଦେଖିପାରିବା । ପାଞ୍ଚ ମାସର ଇଜହାନ୍ ପରିଣିତିଙ୍କ କୋଳରେ ବସିଥିବା ଏବଂ ଖୁସିରେ ପରିଣିତିଙ୍କର ହାତକୁ ଚୋବାଉଥିବା ଦେଖିବାକୁ ମିଳିଛି । ପରିଣିତି ଏହି ଫଟୋଟିକୁ ସେୟାର କରି ଏହାର କ୍ୟାପସନ୍ ରେ ଲେଖିଛନ୍ତି’’ର୍ମୁଁ ଏବେ ମାଉସୀ ହୋଇଯାଇଛି!ଇଜୁ ଏବେ ଖାଇବା ଯୋଗ୍ୟ ହୋଇଗଲାଣି ତେଣୁ ମୁଁ ତାକୁ ଖୁଆଇବାକୁ ଚାହୁଁଛି,କିନ୍ତୁ ଏବେ ମୁଁ ତାକୁ ମୋର ହାତକୁ ଚୋବାଇବା ପାଇଁ ଅନୁମତି ଦେଉଛି । ସାନିଆ ମିର୍ଜା କଣ ମୁଁ ଏହି ଛୁଆଟିକୁ ସବୁଦିନ ପାଇଁ ରଖି ପାରିବି?’’ଯେଉଁଥିରୁ ସାନିଆ ଏବଂ ପରିଣିତିଙ୍କ ମଧ୍ଯରେ ଥିବା ଗଭୀର ଭଲପାଇବା ନଜର ଆସିଛି । ତେବେ ଉଭୟ ଇଜହାନକୁ ସମାନ ଭାବେ ଭଲପାଇବା ସହ ତାର କେୟାର ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.