ଟାଟା ପ୍ଲେ ଫାଇବର ବ୍ରଡବ୍ୟାଣ୍ଡରେ ଗ୍ରାହକଙ୍କୁ ମିଳିବ ମାଗଣା ସର୍ଭିସ, ଶୀଘ୍ର ଫାଇଦା ଉଠାନ୍ତୁ

ଟାଟା ସ୍କାଏ ବ୍ରଡବ୍ୟାଣ୍ଡ ପ୍ଲାନରେ ୟୁଜର୍ସଙ୍କ ପାଇଁ ଆଡ ହେଲା ନୂଆ ପ୍ଲାନ। ନିକଟ ଅତୀତରେ ଟାଟା ସ୍କାଏ ବ୍ରଡବ୍ୟାଣ୍ଡର ନାମ ପରିବର୍ତ୍ତନ ହୋଇ ଟାଟା ପ୍ଲେ ଫାଇବର ହୋଇଛି। ନିଜ ନାମ ବଦଳାଇବା ପରେ କମ୍ପାନୀ ଏବେ ନିଜ ନୂଆ କଷ୍ଟମର୍ସଙ୍କ ପାଇଁ ଏକ ବଢ଼ିଆ ଅଫର ରଖିଛି।

କମ୍ପାନୀ ଏବେ ତାର କଷ୍ଟମର୍ସଙ୍କୁ ମାସକୁ ଫ୍ରି ବ୍ରଡବ୍ୟାଣ୍ଡ ପ୍ଲାନ ଅଫର କରୁଛି। ୧୧୫୦ ଟଙ୍କାର ବ୍ରଡବ୍ୟାଣ୍ଡ ପ୍ଲାନ ଏବେ ମାଗଣାରେ ମିଳିବ। ନୂଆ try and buy ସ୍କିମ ଅନୁଯାୟୀ କଷ୍ଟମର୍ସଙ୍କୁ ଏକ ମାସର ମାଗଣା ବ୍ରଡବ୍ୟାଣ୍ଡ ସେବା ମିଳିବ। ଏଥିରେ ୟୁଜର୍ସ ପୁରା ମାଗଣାରେ ମାସ ସାରା ଇଣ୍ଟରନେଟର ଲାଭ ପାଇ ପାରିବେ। ମାନେ ଏହି ପ୍ଲାନ ଅନୁଯାୟୀ ଆଦୈା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ପ୍ରକୃତରେ କମ୍ପାନୀ ତରଫରୁ ଏକ ସ୍କିମ ଆସିଛି। ଏହି ସ୍କିମ ମୁତାବିକ କମ୍ପାନୀ ନିଜ ୟୁଜର୍ସଙ୍କୁ ପ୍ରଥମ ସର୍ଭିସରେ ଥିବା କ୍ୱାଲିଟିର ଟ୍ରାୟଲ କରିବା ପାଇଁ ଏହି ଅଫର ଦେଇଛି। କିନ୍ତୁ ଏହାପରେ ୟୁଜର୍ସଙ୍କୁ ପର ମାସଠୁ କନେକ୍ସନ କରିବା ପାଇ ପଡ଼ିବ। ଯାହାର ମାସିକ ପ୍ଲାନ ରହିଛି ୧୧୫୦ ଟଙ୍କା। ଏହି ପ୍ଲାନରେ ୟୁଜର୍ସଙ୍କୁ ୨୦୦ ଏମବିପିଏସର ଡାଉନଲୋଡ, ଅପଲୋଡ ସ୍ପିଡ ସହ ହାଇ ସ୍ପିଡ ଇଣ୍ଟରନେଟ କନେକ୍ସନ ମିଳିବ।

ତେବେ ଏହି ସ୍କିମର ଫାଇଦା କେବଳ ନୂଆ ୟୁଜସ ର୍ ଉଠାଇପାରିବେ। ଏଥିପାଇଁ ୟୁଜର୍ସଙ୍କୁ ୧୫ଶହ ଟଙ୍କାର ଆକୁମେସନ ରିଟର୍ନେବଲ ସିକ୍ୟୁରିଟି ଜମା କରିବାକୁ ହେବ। ଟ୍ରାୟ ଆଣ୍ଡ ବାଏ କମ୍ପାନୀର ଏକ ପ୍ରମୋସନାଲ ଅଫର। ଏହି ଅଫରର ସୁବିଧା କେବଳ ନୂଆ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ , ବେଙ୍ଗାଲୁରୁ, ଗ୍ରେଟର ନୋଏଡାର ଲୋକ ଉଠାଇ ପାରିବେ। ଇନିସିଏଟିଭ କଷ୍ଟମର୍ସଙ୍କୁ 1000gb ହାଇ ସ୍ପିଡ ଡାଟା ମାଗଣାରେ ମିଳିବ।

ରିଫଣ୍ଡ ପାଇବା ପାଇଁ ରହିଛି ଏହି ସବୁ ସର୍ତ୍ତ:

ଧ୍ୟାନ ଦେବେ ଯେ କମ୍ପାନୀ ଠାରୁ ଫୁଲ ରିଫଣ୍ଡ ପାଇବା ପାଇଁ ହେଲେ ଆପଣଙ୍କୁ ୩୦ ଦିନ ମଧ୍ୟରେ କନେକ୍ସନକୁ କାଟିବାକୁ ହେବ। ଯଦି ୩୦ ଦିନ ପରେ ଆପଣ ଏହା କରୁଛନ୍ତି ତେବେ ସେମାନେ ମୂଳ ପେମେଣ୍ଟରୁ ୫୦୦ ଟଙ୍କା ରଖିବେ , ଆପଣଙ୍କୁ ମାତ୍ର ୧୦୦୦ ଟଙ୍କା ଫେରାଇବେ।

ତେବେ ଏହି ଅଫର ମୁତାବିକ ୟୁଜର୍ସଙ୍କୁ ମାଗଣାରେ ଲ୍ୟାଣ୍ଡ ଲାଇନ କନେକ୍ସନ ମଧ୍ୟ ମିଳିବ। ଯଦି ଆପଣ ଅତି କମରେ ୩ ମାସ ପର୍ଯ୍ୟନ୍ତ ୧୦୦ ଏମବିପିଏସ୍‌ ପ୍ଲାନ ନେବା ପାଇଁ ନିଷ୍ପତ୍ତି ନେଉଛନ୍ତି ତେବେ ଆପଣଙ୍କୁ ମୋଟ ୧୫୦୦ ଟଙ୍କାର ରିଫଣ୍ଡ ମିଳିବ। ଏହାସହ ଯଦି ଆପଣ ୫୦ ଏମବିପିଏସ୍‌ ସ୍କିମ ଅପସନ୍‌ ଖୋଜୁଛନ୍ତି ତେବେ ଆପଣଙ୍କୁ ୫୦୦ ଟଙ୍କା ରିଫଣ୍ଡ ମିଳିବ। ବାକି ୧୦୦୦ ଟଙ୍କା ସିକ୍ୟୁରିଟି ଡିପୋଜିଟରେ ରହିବ।