Below header

ଶସ୍ତାରେ Tata Sky Binge+ ଏବଂ HD ସେଟ୍‌-ଟେପ୍‌ ବକ୍ସ କିଣିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେମିତି ଉଠାଇବେ ଏହାର ଫାଇଦା

Tata Sky ନିଜ ଗ୍ରାହକଙ୍କ ପାଇଁ ଏକ ଭଲ ଖବର ଆଣିଛି। କମ୍ପାନୀ ନିଜର ଗ୍ରାହକମାନଙ୍କ ପାଇଁ ସେଟ-ଟପ୍‌ ବକ୍ସର ଦାମରେ ହ୍ରାସ କରିଛନ୍ତି। ସୂଚନା ମୁତାବକ ଏହି ହ୍ରାସ ସ୍ଥାୟୀ ନୁହେଁ। କମ୍ପାନୀ ଏହି ଅଫର୍‌ କୁ ନିଜର ଲାଟେଷ୍ଟ ଦୀପାବଳି ଡିଲ୍‌ ମାଧ୍ୟମରେ ଜାରି କରିଛି। ଦାମରେ ଏହି ହ୍ରାସ ଟାଟା ସ୍କାଇ HD ସେଟ୍‌-ଟପ୍‌ ବକ୍ସ, ଟାଟା ସ୍କାଇ ବିଂଜ+ସେଟ୍‌-ଟପ୍‌ ବକ୍ସ ଏବଂ ଟାଟା ସ୍କାଇ+ HD ସେଟ୍‌-ଟେପ୍‌ ବକ୍ସରେ ଉପଲବ୍ଧ। ରିପୋର୍ଟ ଅନୁଯାୟୀ Tata Sky Binge+ ର ମୂଲ୍ୟରେ ୨୦୦ ଟଙ୍କା ଏବଂ Tata Sky+ HD ସେଟ୍‌-ଟପ୍‌ ବକ୍ସ ଉପରେ ୪୦୦ଟଙ୍କା ହ୍ରାସ୍‌ ପାଇପାରିବେ।

ସୂଚନା ଯୋଗ୍ୟ ଏଥିରେ ଗତ ସେପ୍ଟେମ୍ବରରେ ଶେଷ ଥର ହ୍ରାସ କରିବା ପରେ Tata Sky Binge+ ଭାରତରେ ୨,୯୯୯ ଟଙ୍କାରେ ଉପଲବ୍ଧ କରାଯାଇଥିଲା କିନ୍ତୁ ଏହାକୁ ବର୍ତ୍ତମାନ ଅନଲାଇନ୍‌ କୁପନ୍‌ ର ବ୍ୟବହାର କରି କେବଳ ୨,୭୯୯ ଟଙ୍କାରେ କିଣିପାରିବେ।
ସେହିଭଳି ଅନ୍ୟପଟେ ଟାଟା ସ୍କାଇ ବିଂଜ+ ସେଟ୍‌-ଟପ୍‌ ବକ୍ସ ବର୍ତ୍ତମାନ ମଧ୍ୟ ୨,୯୯୯ ଟଙ୍କାରେ ଲିଷ୍ଟ କରାଯାଇଛି କିନ୍ତୁ ୟୁଜର୍ସଙ୍କୁ ୨୦୦ ଟଙ୍କା କମ ମିଳିବା ପରେ ଅଫିସିଆଲ େଓ୍ଵବସାଇଟ୍‌ ରେ ଚେକଆଉଟ୍‌ କରିବା ସମୟରେ TSKY200 କୁପନ୍‌ କୋଡ ପକାଇବାକୁ ପଡିବ, ଯାହାପରେ ସେହି ଅଫର୍‌ ଲାଭ ଉଠାଇପାରିବେ।

picମିଳିବ ଏହିସବୁ ଫାଇଦା

ଟାଟା ସ୍କାଇବିଂଜ+ ସେଟ୍‌-ଟପ୍‌ ବକ୍ସରେ ୟୁଜର୍ସଙ୍କୁ ୬ମାସ ପାଇଁ ଟାଟା ସ୍କାଇ ବିଂଜ ସର୍ଭିସର ମେମ୍ବରସିପ୍‌ ଏବଂ ୩ ମାସ ପାଇଁ Amazon Prime ସବ୍ସକ୍ରିପ୍ସନ ମାଗଣାରେ ଦିଆଯିବ। ସୂଚନା ମୁତାବକ ଟାଟା ସ୍କାଇ ବିଂଜ ସବ୍ସକ୍ରିପ୍ସନ୍‌ ର ମୂଲ୍ୟ ପ୍ରତିମାସକୁ ୨୯୯ ଟଙ୍କା ହେବ। ଏହାର ମାଗଣା ସମୟ ଶେଷ ହେବା ପରେ ୟୁଜର୍ସଙ୍କୁ ଏହି ରାଶି ଜମା କରିବାକୁ ପଡିବ।
ଟାଟା ସ୍କାଇ ବିଂଜ ସବ୍ସକ୍ରିପ୍ସନରେ ଗ୍ରାହକଙ୍କୁ Disney+ Hotsar, SunNXT, Hungama Play, Shemaroo ଏବଂ Eros Now ଭଳି ଲୋକପ୍ରିୟ OTT ଆପ୍ସର ସବ୍ସକ୍ରିପ୍ସନ୍‌ ଦିଆଯାଇଥାଏ।

ଏତିକି ଟଙ୍କାରେ କିଣନ୍ତୁ Tata Sky HD ସେଟ୍‌-ଟପ୍‌

Tata Sky+ HD ସେଟ୍‌-ଟପ୍‌ ବକ୍ସକୁ ୧,୪୯୯ ଟଙ୍କାରେ ଉପଲବ୍ଧ କରାଯାଇଛି କିନ୍ତୁ ଏହାକୁ ବର୍ତ୍ତମାନ ୧,୩୪୯ ଟଙ୍କାରେ କିଣାଯାଇପାରିବ। ଏଥିପାଇଁ ଗ୍ରାହକଙ୍କୁ ଅଫିସିଆଲ େଓ୍ଵବସାଇଟ୍‌ ରେ ଚେକଆଉଟ୍‌ ସମୟରେTSKY200 କୁପନ୍‌ କୋଡ ବ୍ୟବହାର କରିବାକୁ ପଡିବ। ଯାହାପରେ ଗ୍ରାହକ ୧୫୦ ଟଙ୍କା ଛାଡ୍‌ ପାଇପାରିବେ।

tata sky setupସେହିଭଳି Tata Sky+ HD ସେଟ୍‌-ଟପ୍‌ ବକ୍ସ ଉପରେ ମିଳୁଥିବା ଅଫର୍‌ ଗ୍ରାହକ ୪୦୦ଟଙ୍କା କମରେ ପାଇପାରିବେ। ଡିସକାଉଣ୍ଟ ପରେ ଏହାକୁ ୪,୫୯୯ ଟଙ୍କାରେ କିଣାଯାଇପାରିବ। ଏହି ବକ୍ସକୁ ଅଫିସିଆଲ୍‌ େଓ୍ଵବସାଇଟ୍‌ ରେ ୪,୯୯୯ଟଙ୍କାରେ ଲିଷ୍ଟ କରାଯାଇଛି। ଏଥିରେ ଲାଭ ପାଇବା ପାଇଁ ଗ୍ରାହକଙ୍କୁ କୁପନ୍‌ କୋଡ୍‌ TSKY400 ର ବ୍ୟବହାର କରିବାକୁ ପଡିବ। ରିପୋର୍ଟ ଅନୁଯାୟୀ ଏହି ଅଫର୍‌ କେତେ ଦିନ ପର୍ଯ୍ୟନ୍ତ ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଥିପାଇଁ ଯଦି ଆପଣ ଏହି ଅଫର୍‌ ର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.