ଆଧାର କାର୍ଡ଼ ଅପଡେଟକୁ ନେଇ ସରକାର ନେଲେ ବଡ଼ ନିଷ୍ପତ୍ତି, ୧୪ ମାର୍ଚ୍ଚ ପର୍ଯ୍ୟନ୍ତ କରି ପାରିବେ ଏହି କାମ

ଫ୍ରି ଆଧାର ଅପଡେଟର ଶେଷ ତାରିଖ କାଲି ସରିବାକୁ ଥିବାବେଳେ UIDAI ଆଧାର ୟୁଜର୍ସଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି । ଆଧାର କାର୍ଡ଼ ୟୁଜର୍ସଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର । ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ପୁଣିଥରେ ଆଧାର ଅପଡେଟ କରିବାର ଡେଡଲାଇନକୁ ବଢ଼ାଇଛି ।

ବର୍ଷ ଶେଷରେ ଅନେକ ଜରୁରୀ କାମ ଶେଷ କରିବା ପାଇଁ ସରକାରଙ୍କ ତରଫରୁ ଡେଡଲାଇନ ଦିଆଯାଏ । ଏହି ଜରୁରୀ କାମ ମଧ୍ୟରେ ବ୍ୟାଙ୍କ ଲକର ଏଗ୍ରିମେଣ୍ଟ ଠାରୁ ଆରମ୍ଭ କରି ଅପଡେଟେଡ ଆଇଟିଆର ସବମିଟ୍‌ କରିବା ଭଳି କାମ ସାମିଲ ରହିଥାଏ । ଏହି ସମସ୍ତ କାମ ୩୧ ଡିସେମ୍ବର ପୂର୍ବରୁ ଶେଷ କରିବା ପାଇଁ କୁହାଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଜରୁରୀ କାମ ସାରିବାକୁ ନେଇ ସୂଚନା ଦେବାକୁ ଯାଉଛୁ, ଯାହାର ଡେଡଲାଇନ ଆସନ୍ତା କାଲି ଅର୍ଥାତ ୧୪ ଡିସେମ୍ବରରେ ଶେଷ ହେବାକୁ ଥିଲା । ହଁ ଆଜ୍ଞା ଫ୍ରି ଆଧାର ଅପଡେଟର ଶେଷ ତାରିଖ କାଲି ସରିବାକୁ ଥିବାବେଳେ UIDAI ଆଧାର ୟୁଜର୍ସଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି ଏବଂ ଅପଡେଟ କରିବାର ତାରିଖକୁ ତିନି ମାସ ପର୍ଯ୍ୟନ୍ତ ବଢ଼ାଇଛି ।

ଆଧାର କାର୍ଡ଼ ୟୁଜର୍ସଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର । ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ପୁଣିଥରେ ଆଧାର ଅପଡେଟ କରିବାର ଡେଡଲାଇନକୁ ବଢ଼ାଇଛି । ବର୍ତ୍ତମାନ ଅପାଣ ୧୪ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଫ୍ରି ଅଫ କଷ୍ଟରେ ଆଧାର କାର୍ଡ଼ ଅପଡେଟ କରିପାରିବେ । ଫ୍ରି ଆଧାର ଅପଡେଟ ପାଇଁ UIDAI ୧୪ ଡିସେମ୍ବର ୨୦୨୩ର ଶେଷ ତାରିଖ ଦେଇଥିଲା । କିନ୍ତୁ ଶେଷ ସମୟରେ ହିଁ ଏହି ନିଷ୍ପତିକୁ ବଦଳା ଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ ଆଧାର କାର୍ଡ଼ ୟୁଜର୍ସଙ୍କୁ ନିଜ ୧୦ ବର୍ଷ ପୁରୁଣା ଆଧାର କାର୍ଡକୁ ଅପଡେଟ କରିବା ପାଇଁ ସରକାର କହିଛନ୍ତି । UIDAI କହିବା ଅନୁସାରେ ୟୁଜର୍ସମାନେ Myaadhaar ପୋର୍ଟାଲରେ ମଧ୍ୟ ସମସ୍ତ ଅପଡେଟ କରି ପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଆଧାର ଅପଡେଟ ସମ୍ବନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟସ୍‌ ଅପଲୋଡ କରିବାକୁ ପଡ଼ିବ । ଏହା ବ୍ୟତୀତ ୟୁଜର୍ସମାନେ ଅଫଲାଇନରେ ମଧ୍ୟ ଆଧାର କାର୍ଡ଼ ଅପଡେଟ କରିପାରିବେ । ଯଦି ଜଣେ ୟୁଜର ଅନଲାଇନ ବଦଳରେ ଆଧାର ସେଣ୍ଟରରେ ନିଜ ଆଧାର ଅପଡେଟ କରିବାକୁ ଚାହିଁବେ ତେବେ ସେମାନଙ୍କୁ ୨୫ ଟଙ୍କା ଦେବାକୁ ପଡ଼ିବ ।

ଫ୍ରି ଆଧାର ଅପଡେଟ ପାଇଁ ଅନଲାଇନ୍‌ ପ୍ରୋସେସ୍‌:
. ଆପଣଙ୍କୁ ପ୍ରଥମେ https://myaadhaar.uidai.gov.in/ କୁ ଯିବାକୁ ପଡ଼ିବ ।
. ହୋମପେଜ ଖୋଲିବା ପରେ ଆପଣ ଡକ୍ୟୁମେଣ୍ଟ ଅପଡେଟ ଅପ୍ସନ ଉପରେ କ୍ଲିକ୍‌ କରିବେ ।
. ଏହା ପରେ ଆପଣ What To Submit ସେକ୍ସନ ଉପରେ କ୍ଲିକ୍‌ କରିବେ ।
. ଏଥିରେ ସମସ୍ତ ଡକ୍ୟୁମେଣ୍ଟ ଡିଟେଲ୍ସ ଆସିବ , ଯାହାକୁ ଆପଣ ସବମିଟ୍‌ କରି ପାରିବେ । ପରେ କ୍ଲିକ୍‌ ଟୁ ସବମିଟ୍‌ କୁ ଯିବେ ।
. ଏହା ପରେ ଆପଣ ନିଜ ଆଧାର ନମ୍ବର ଏବଂ କ୍ୟାପ୍‌ଚା କୋଡ଼ ଏଣ୍ଟ୍ରି କରି ଓଟିପି ଉପରେ କ୍ଲିକ୍‌ କରିବେ ।
. ଏହା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଓଟିପି ଆସିବ ।
. ଓଟିପି ବ୍ୟବହାର କରି ଲଗଇନ୍‌ କରିବେ ଏବଂ ଅପଡେଟ୍‌ ପ୍ରକ୍ରିୟା ଆରମ୍ଭ କରିବେ ।
. ନୂଆ ପେଜରେ ଡକ୍ୟୁମେଣ୍ଟ ଅପଡେଟ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ଏଭଳି କରିବା ଦ୍ୱାରା ୟୁଜରଙ୍କ ଡିଟେଲ୍ସ ଦେଖିବାକୁ ମିଳିବ ।
. ଆଧାର ୟୁଜର୍ସଙ୍କୁ ନିଜ ଡିଟେଲ୍ସ ଭେରିଫାଏ କରିବାକୁ ପଡ଼ିବ । ପରେ ହାଇପର ଲିଙ୍କ ଉପରେ କ୍ଲିକ୍‌ କରିବେ ।
. ପରେ ଡ୍ରପ ଡାଉନ ଲିଷ୍ଟରୁ ପ୍ରମାଣ ଡକ୍ୟୁମେଣ୍ଟ ସିଲେକ୍ଟ କରିବେ ।

. ଆଡ୍ରେସ ପ୍ରୁଫର ସ୍କାନ କପି ଅପଲୋଡ କରିବେ ଏବଂ ପରେ ସବମିଟ୍‌ ଅପ୍ସନ ଉପରେ କ୍ଲିକ୍‌ କରିବେ ।
. ଅପଡେଟ ହୋଇଥିବା ଡିଟେଲ୍ସ ସମ୍ବନ୍ଧୀୟ ଡକ୍ୟୁମେଣ୍ଟର ସ୍କାନ କପି କୁ ଅପଲୋଡ କରିବେ ।
. ଆଧାର ଅପଡେଟ ଆକ୍ସେପ୍ଟ ହେବା ପରେ ଅପଡେଟ ରିକ୍ୱେଷ୍ଟ ନମ୍ବର ଜେନେରେଟ ହୋଇଯିବ ।

ଯଦି ଆପଣ ନିଜ ଆଧାର କାର୍ଡ଼ ଅପଡେଟ କରି ନାହାନ୍ତି । ତେବେ ଫ୍ରି ଅଫ୍‌ କଷ୍ଟରେ ଆପଣ ନିଜ ଆଧାର କାର୍ଡ଼କୁ ଅପଡେଟ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.