Below header

ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ବୈଦ୍ୟୁତିକ କାର୍, ଗୋଟିଏ ଚାର୍ଜରେ ଯିବ ୩୭୫ କିଲୋମିଟର‌

ନୂଆଦିଲ୍ଲୀ :  ୨୦୨୧ ଭାରତର ଅଟୋମୋବାଇଲ ସେକ୍ଟର ପାଇଁ ବହୁତ ଭଲ ହେବାକୁ ଯାଉଛି । କାରଣ ଏହି ବର୍ଷ ବଜାରକୁ ଆସୁଛି ସୁନ୍ଦର ଇଲେକ୍ଟ୍ରିକ କାର୍‌ । ଏପର୍ଯ୍ୟନ୍ତ ଭାରତରେ ଯେତେ ଇଲେକ୍ଟ୍ରିକ କାର୍‌ ଆସିଛି ତାହା ସାଧାରଣବର୍ଗଙ୍କ ପାଇଁ ପ୍ରାୟତଃ ନୁହେଁ । କାରଣ ଏହାର ଦାମ୍‌ କେବଳ ସ୍ୱଚ୍ଛଳ ବର୍ଗଙ୍କ ବଜେଟ୍‌ରେ ଆସୁଥିଲା । ଏହା ସବୁଠୁ ଶସ୍ତା ଇଲେକ୍ଟ୍ରିକ୍‌ କାର୍‌, ଯାହା ଗୋଟିଏ ଚାର୍ଜରେ ଯିବ ୩୭୫ କିଲୋମିଟର ।

ଏବେ କିନ୍ତୁ ଏପରି କାର୍‌ ମାର୍କେଟକୁ ଆସିବାକୁ ଯାଉଛି ଯାହା ସାଧାରଣ ବର୍ଗର ଲୋକଙ୍କ ପାଇଁ ମଧ୍ୟ ସୁହାଇବ । ଏହି ଇଲେକ୍ଟ୍ରିକ କାର୍‌ ଅଳ୍ପ କେଇ ମାସ ମଧ୍ୟରେ ଭାରତ ବଜାରରେ ଲଞ୍ଚ୍‌ ହେବ । ଏଥି ମଧ୍ୟରେ  Stroma R3, Mahindra eXUV300 ଏବଂ Mahindra eKUV100 ରହିଛି  ।

Stroma R3 : ଏହା ଏକ ଥ୍ରୀ ହ୍ଵିଲର କାର୍‌ ଯେଉଁଥିରେ ଗ୍ରାହକଙ୍କୁ ୨ ଡୋର୍‌, ୨ ସିଟ୍‌ସ୍‌ ସହ ସନ୍‌ ରୁଫ୍‌ ମଧ୍ୟ ଦିଆଯାଇଛି । ଏହି କାର୍‌ ର ମୂଲ୍ୟ ୪.୫ ଲକ୍ଷ ଟଙ୍କା ରହିଛି । ଏହି କାର୍‌ ର ବୁକିଂ ଆମାଉଣ୍ଟ ୧୦ ହଜାର ଟଙ୍କା ରଖାଯାଇଛି । ଏହି ଇଲେକ୍ଟ୍ରିକ୍‌ କାର୍‌ ସିଙ୍ଗଲ୍‌ ଚାର୍ଜରେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ଏଥିରେ ଲକ୍ଷ କିଲୋମିଟର କିମ୍ବା ୩ ବର୍ଷ ଓ୍ଵାରେଣ୍ଟି ରହିବ ।

Mahindra eXUV300 : ଏହି ଗାଡ଼ି ସିଙ୍ଗଲ ଚାର୍ଜରେ ୩୭୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ସେହିପରି Mahindra eKUV100 ଥରେ ଚାର୍ଜ କଲେ ୧୪୭ କିଲୋମିଟର ଯାଏ ଯାଇଥାଏ । ଏହାର ମୂଲ୍ୟ ୮ ରୁ ୯ ଲକ୍ଷ ଟଙ୍କା ମଧ୍ୟରେ ରହିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.