ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନାବାଳକକୁ ସାବାଳକ ଭାବେ ବିବେଚନା କରାଯାଉ,ଗୃହମନ୍ତ୍ରାଳୟର ପାର୍ଲିଆମେଣ୍ଟାରୀ ପ୍ୟାନେଲ୍ କେନ୍ଦ୍ର ସରକାରଙ୍କୁ ଦେଲା ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ):  ନାବାଳିକା ଦୁଷ୍କର୍ମ ମାମଲାରେ ୧୬ ବର୍ଷର ଅଭିଯୁକ୍ତ ନାବାଳକକୁ ସାବାଳକ ଭାବେ ବିବେଚନା କରାଯାଉ । ଏଥିପାଇଁ ଗୃହମନ୍ତ୍ରାଳୟର ପାର୍ଲିଆମେଣ୍ଟାରୀ ପ୍ୟାନେଲ୍ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି । ନାବାଳିକାଙ୍କ ଉପରେ ଯୌନ ନିର୍ଯ୍ୟାତନା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ୨୦୧୭ରେ ୩୨ ହଜାର ୬୦୮ ପକସୋ ମାମଲା ଥିବା ବେଳେ ୨୦୧୯ରେ ୪୫ ପ୍ରତିଶତ ବୃଦ୍ଧି ହୋଇ ଏହା ୪୭ ହଜାର ୩୨୫ ହୋଇଛି ।

ଏବେ ୧୬ରୁ ୧୮ ବର୍ଷ ବୟସ ସୀମାରେ ଥିବା ପକ୍‌ସୋ ଅପରାଧୀଙ୍କୁ ହତ୍ୟା ଓ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧରେ ବିଚାର କରାଯାଉଛି । ଏହା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଉପରେ ନିର୍ଭର କରୁଛି । ଏବେ ଦେଖାଯାଇଛି କିଶୋରମାନେ ନାବାଳିକା ଓ ଶିଶୁକନ୍ୟାଙ୍କ ଉପରେ ଅଧିକ ନିର୍ଯ୍ୟାତନା ଘଟାଉଛନ୍ତି । ଏହାକୁ ରୋକା ନଗଲେ ଆଗକୁ ସେମାନେ ଅଧିକରୁ ଅଧିକ ଅପରାଧ ଘଟାଇ ପାରନ୍ତି । ତେଣୁ ପକ୍‌ସୋ ଆଇନରେ ୧୬ ବର୍ଷର ଅଭିଯୁକ୍ତ ନାବାଳକକୁ ସାବାଳକ ଭାବେ ବିବେଚନା କରି ବିଚାର କରିବାକୁ ଗୃହ ମନ୍ତ୍ରାଳୟ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ପାର୍ଲିଆମେଣ୍ଟାରୀ ପ୍ୟାନେଲ୍ ପରାମର୍ଶ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.