Below header

ପୋଷ୍ଟ ଅଫିସର ଏହି ସ୍କିମ୍ ମାଧ୍ୟମରେ ଆପଣ ପ୍ରତି ମାସରେ ରୋଜଗାର କରିପାରିବେ ୫୦୦୦ ଟଙ୍କା, ଜାଣନ୍ତୁ କେମିତି

ସବୁ ଲୋକଙ୍କ ଇଚ୍ଛା ଥାଏ ଯେ ପରିଣତ ବୟସରେ ତାଙ୍କ ନିକଟରେ ପ୍ରଚୁର ଅର୍ଥ ଥାଉ। ଏକ ନିର୍ଦ୍ଦିଷ୍ଟ ଅର୍ଥ ସବୁ ବେଳେ ତାଙ୍କ ନିକଟକୁ ଆସୁ ବୋଲି ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଲୋକଙ୍କ ଏହି ଇଚ୍ଛାକୁ ସମ୍ମାନ ଜଣାଇ ଭାରତୀୟ ଡାକ ବିଭାଗ ମାସିକ ଆୟ ପାଇଁ ଏକ ସ୍କିମ ଆଣିଛି। ଏହି ସ୍କିମର ନାଁ ହେଉଛି ମନ୍ଥଲି ଇନକମ ସ୍କିମ(MIS)। ଏହି ସ୍କିମରେ ଆପଣଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ମିଳିବ।

How to deposit money online in your Post Office PPF account

ସ୍କିମ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସହ ମିଳିତ ଭାବେ ଜଏଣ୍ଟ ଆକାଉଣ୍ଟ କରି ଏହି ସ୍କିମରେ ଖାତା ଖୋଲେ ତେବେ ତାଙ୍କୁ ଦୁଇ ଗୁଣ ଲାଭ ମିଳିବ। ଟ୍ୟାକ୍ସ ଓ ନିବେଶକ ପରାମର୍ଶଦାତାଙ୍କ କହିବାନୁସାରେ, ଯେଉଁମାନେ ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ପାଇବାକୁ ଚାହୁଁଛନ୍ତି ଏହି ସ୍କିମ ତାଙ୍କ ପାଇଁ ସବୁଠୁ ଭଲ।

How to treat your money with care, respect - The Economic Times

ଚାକିରିରୁ ଅବସର ନେଇଥିବା ତଥା ବରିଷ୍ଠ ନାଗରିକଙ୍କ ପାଇଁ ଏହା ସବୁଠୁ ଭଲ ସ୍କିମ। ଜଣେ ବ୍ୟକ୍ତି ଏହି ସ୍କିମରେ ସର୍ବାଧିକ ୪.୫ ଲକ୍ଷ ଟଙ୍କା ନିବେଶ କରିପାରିବ। କିନ୍ତୁ ଯଦି ସେ ଜଏଣ୍ଟ ଆକାଉଣ୍ଟ ଖୋଲୁଛନ୍ତି, ତେବେ ୯ ଲକ୍ଷ ଟଙ୍କା ନିବେଶ କରିପାରିବେ।

PF Withdrawal Online: Provident Fund rules to know before fishing ...

ଏହି ସ୍କିମରେ ବର୍ତ୍ତମାନ ୬.୬ ହାର ସୁଧ ମିଳୁଛି। ଏହି ହିସାବରେ ଯଦି ଜଣେ ୪.୫ ଲକ୍ଷ ଜମା କରେ ତେବେ ତାଙ୍କୁ ବାର୍ଷିକ ୨୯, ୭୦୦ଟଙ୍କା ସୁଧ ମିଳିବ। ସେହିପରି ଜଏଣ୍ଟ ଆକାଉଣ୍ଟଧାରୀଙ୍କୁ ୫୯,୪୦୦ ଟଙ୍କା ମିଳିବ ବୋଲି ଜଣାଯାଇଛି। ଏହି ଅନୁସାରେ ମାସିକ ୪,୯୫୦ ଟଙ୍କା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.