Below header

୧୨ଟି ରାଶି ଉପରେ ଏଭଳି ପଡ଼େ ଶନିଦେବଙ୍କ ପ୍ରଭାବ, ଜାଣନ୍ତୁ ଆପଣଙ୍କ ରାଶିର ଅବସ୍ଥା

ନ୍ୟାୟର ଦେବତା ଶନି ସମସ୍ତଙ୍କୁ ନିଜ କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ରାଶି ଉପରେ ଶନିଙ୍କ ପ୍ରଭାବ ଭିନ୍ନ ଭିନ୍ନ ପଡିଥାଏ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ କିପରି ପଡେ ଶନିଙ୍କ ପ୍ରଭାବ…

ମେଷ- ଶନିଙ୍କ ପ୍ରଭାବ ଯୋଗୁ ମେଷ ରାଶିର ବ୍ୟକ୍ତିଙ୍କ ବାହନ ସମ୍ବନ୍ଧୀୟ ସୁଖ, ଶତ୍ରୁ ଭୟ, ନିର୍ମାଣ କାର୍ଯ୍ୟ ଆଦିରେ କ୍ଷତି ଘଟିଥାଏ।

ବୃଷ- ବୃଷ ରାଶିର ବ୍ୟକ୍ତିଙ୍କ ପରିବାରରେ ଏକତା, ସୁଖଦ ସମାଚାର ପ୍ରାପ୍ତି, ପାରିବାରିକ ସୁଖ ଓ ବନ୍ଧୁଙ୍କ ସହଯୋଗ ମିଳିଥାଏ।

ମିଥୁନ- ମିଥୁନ ରାଶିର ଶତ୍ରୁମାନେ ଦୁର୍ବଳ ହୋଇପଡ଼ନ୍ତି। ଖୁସି ଖବର ମିଳେ, ଭୂମି ଓ ବାହନ ଲାଭ, ବିନା ପ୍ରତିବନ୍ଧକରେ ମାଙ୍ଗଳିକ କାର୍ଯ୍ୟ ସିଦ୍ଧି ହୋଇଥାଏ।

shani dev

କର୍କଟ- ମା’ଙ୍କ ସ୍ନେହ ମିଳେ, ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଏ, ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ଭଲ ରହେ।

ସିଂହ- ମାନସିକ ବ୍ୟଗ୍ରତା, ସ୍ତ୍ରୀ କଷ୍ଟ, ସ୍ୱାସ୍ଥ୍ୟ ଲାଭ, ପାରିବାରିକ ବ୍ୟସ୍ତତା ଲାଗି ରହେ।

କନ୍ୟା- ବେପାର ବଣିଜରେ ଲାଭ ହୁଏ, ବନ୍ଧୁ ସମର୍ଥନ ମିଳେ, କୋର୍ଟ କଚେରୀ ମାମଲାରେ ବିଜୟ ପ୍ରାପ୍ତି ହୁଏ।

ତୁଳା- ନୂଆ କାମରେ ସଫଳତା ମିଳେ, କିନ୍ତୁ ପରିବାରରେ କଳହ ଦେଖାଦିଏ। ପେଟ ଓ ଆଖି ସମ୍ବନ୍ଧୀୟ ରୋଗ ଦେଖାଦେଇପାରେ।

ବିଛା- ସ୍ଥାନାନ୍ତର ଯୋଗୁ ଲାଭ ମିଳେ, ଜମିବାଡ଼ି ବୃଦ୍ଧି ପାଏ, ଶତ୍ରୁଙ୍କ ଭୟ ଲାଗିରହେ ଓ ଗାଡ଼ିମଟରରେ ଦୁର୍ଘଟଣା ହେବା ଆଶଙ୍କା ରହିଛି।

Learn About the Hindu Deity Shani Bhagwan (Shani Dev)

ଧନୁ- ବିଦ୍ୟା କ୍ଷେତ୍ରରେ ଲାଭ ହୁଏ, ଅଧିକାଂଶ କାମରେ ସଫଳତା ମିଳେ। ସନ୍ତାନ ସୁଖ ମିଳେ।

ମକର- ଉଚ୍ଚ ଶିକ୍ଷା ପ୍ରାପ୍ତ ହୁଏ। ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜେ ନାହିଁ। ସ୍ତ୍ରୀ ପକ୍ଷରୁ ଲାଭ ମିଳେ।

କୁମ୍ଭ- ଅଧିକ ଟଙ୍କା ଖର୍ଚ୍ଚ ହୁଏ। ଜୀବନରେ ଅଧିକ ପରିଶ୍ରମ କରିବାକୁ ପଡ଼େ। କ୍ଷତି ହେବା ଆଶଙ୍କା ରହିଛି।

ମୀନ- ମନ ଚାହୁଁଥିବା ବାହନ ସୁଖ ମିଳେ। ସ୍ଥାନାନ୍ତର ଯୋଗୁ ଲାଭ ମିଳେ। ଭୂମି ଓ ନିର୍ମାଣ କାର୍ଯ୍ୟରେ ଲାଭ ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.