Below header

କାରୋନା ଭାଇରସ ମୁକାବିଲାରେ ସାମିଲ ହେବେ ENT ଏବଂ ସ୍ଥାନୀୟ ଡାକ୍ତରୀଦଳ

ଦେଶରେ କାରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କାରୋନାର ବଢୁଥିବା ସଂକ୍ରମଣ ଆମେ ଏହି କଥାରୁ ଜାଣିପାରିବା ଯେ ଗତ ୨୪ ଘଣ୍ଟାରେ ୧୦୦୦ ନୂଆ କେସ ସାମ୍ନାକୁ ଆସିଛି। କାରୋନା ଭାଇରସର ବଢୁଥିବା ପ୍ରକୋପକୁ ଦେଖି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ କହିଛନ୍ତି ଯେ କାରୋନା ଭାଇରସ ସହ ଲଢ଼େଇ କରିବାକୁ ent ବିଶେଷଜ୍ଞ ଏବଂ ସ୍ଥାନୀୟ ଡ଼ାକ୍ତରଙ୍କ ସାହାଯ୍ୟ ନିଆଯିବ କାହିଁକିନା କୋଭିଡ-୧୯ ଯାଞ୍ଚ ପାଇଁ ନମୂନା ଏକତ୍ରିତ କରିବା ପାଇଁ ଯୋଗ୍ୟ ଡାକ୍ତର ରହିବା ନିହାତି ଜରୁରୀ।

ଏହି ସମ୍ପର୍କରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ବିଶ୍ୱ ମହାମାରୀ କାରୋନା ସହ ଲଢ଼େଇ କରିବାକୁ ପ୍ରାୟ ୩୦,୦୦୦ରୁ ଅଧିକ ଡାକ୍ତର ସରକାରଙ୍କୁ ସାହାଯ୍ୟ କରିବାକୁ ମତପ୍ରକାଶ କରିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତରେ କାରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ହୋଇ ୮,୩୫୬ ପାଖାପାଖି ପହଁଚିଲାଣି। କାରୋନା ଭାଇରସ କାରଣରୁ ଏବେ ପର୍ଯ୍ୟନ୍ତ ୨୭୩ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.