Below header

ବ୍ୟବସାୟ ଆରମ୍ଭ ପୂର୍ବରୁ କରନ୍ତୁ ଏହି ୫ କାମ : କେବେ ବି ହେବେ ନାହିଁ ଫେଲ୍

ସମସ୍ତେ ଚାକିରି କରିବାକୁ ପସନ୍ଦ କରିନଥାନ୍ତି । କିଛି ଲୋକ ଥାନ୍ତି ନିଜର ଏକ ବ୍ୟବସାୟ କରିବାକୁ ଚାହାଁନ୍ତି । ତେଣିକି ଏହା ଛୋଟ ହେଉ ବା ବଡ । ହେଲେ ବ୍ୟବସାୟରେ ଫେଲ୍ ହେବାର ଭୟ ଅନେକଙ୍କୁ ପଛକୁ ଟାଣିଥାଏ । ଆପଣ ଯଦି ସଫଳ ବ୍ୟବସାୟୀ ହେବାକୁ ଚାହୁଁଛନ୍ତି ତେବେ ଆମେ ଆଜି ଜଣାଇବୁ ୭ଟି ଟିପ୍ସ । ଯାହାକୁ ଫଲୋ କଲେ ଫେଲ୍ ହେବନି ଆପଣଙ୍କ ବ୍ୟବସାୟ । ଏବେ ନଜର ପକାନ୍ତୁ ଏହି ଟିପ୍ସ ଉପରେ ।

ପ୍ଲାନ୍ ବନାନ୍ତୁ 

ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଜ୍ ଡେଭଲପମେଂଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ( SIBDI) ମୂତାବିକ୍ ଯଦି ଆପଣ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି ଅଥଚ ଠିକ୍ ଭାବରେ ପ୍ଲାନ୍ କରି ନାହାଁନ୍ତି ତେବେ ଏହି ବ୍ୟବସାୟ ବେଶୀ ଦିନ ଚାଲିବ ନାହିଁ । ଆପଣ ଏ ପ୍ଲାନ୍ ତ କରି ଦିଅନ୍ତି ଫଣ୍ଡ କେଉଁଠୁ ଆସିବ ଏବଂ କଣ ବ୍ୟବସାୟ କରିବେ । କିନ୍ତୁ ଏକଥା ପ୍ଲାନ୍ କରନ୍ତି ନାହିଁ ଯେ ଏହି ବ୍ୟବସାୟ ଆଗକୁ କେମିତି ଚାଲିବ । ପ୍ଲାନ୍ କରିବା ପୂର୍ବରୁ ଆପଣଙ୍କୁ ମାର୍କେଟ୍ ସର୍ଭେଠାରୁ ଆରମ୍ଭ କରି ସେ ଲୋକଙ୍କ ସହ ମଧ୍ୟ କଥା ହେବା ଉଚିତ୍ ଯିଏ ବିଜନେସ୍ ଛାଡି ସାରିଛନ୍ତି । କିମ୍ବା ଯିଏ ବ୍ୟବସାୟରେ ଫେଲ୍ ହୋଇସାରିଛନ୍ତି ।

ପ୍ରଥମେ ଅପରେଟିଙ୍ଗ୍ ଫଣ୍ଡର କରନ୍ତୁ ବ୍ୟବସ୍ଥା 

ଯେତେବେଳେ ଆମେ କୌଣସି ବ୍ୟବସାୟ ଆରମ୍ଭ କରୁ ସେତେବେଳେ ଚିନ୍ତା କରୁ ଟଙ୍କା କେଉଁଠୁ ଆସିବ । କେବଳ କ୍ୟାପିଟାଲ୍ ଟଙ୍କା ବିଷୟରେ ଚିନ୍ତା କରିଥାଉ ହେଲେ ଅପରେଟିଙ୍ଗ୍ ଫଣ୍ଡ ବିଷୟରେ ଚିନ୍ତା କରିନଥାଉ । କିନ୍ତୁ କ୍ୟାପିଟାଲ୍ ଫଣ୍ଡ ସହ ଅପରେଟିଙ୍ଗ୍ ଫଣ୍ଡ ବିଷୟରେ ଚିନ୍ତା କରିବା ନିହାତି ଦରକାର । ଯେମିତି କି ଆମକୁ ସେତିକି ଟଙ୍କା ବ୍ୟବସ୍ଥା କରିବା ଆବଶ୍ୟକ ଯେତିକିରେ ବିନା କୌଣସି ରିଫଣ୍ଡରେ ଆମେ ନିଜର ସର୍ଭିସ ଚାଲୁ ରଖିପାରିବା ।

ପ୍ରତିଯୋଗୀଙ୍କ କ୍ଷମତା ମାପନ୍ତୁ 

ଯେତେବେଳେ ଆପଣ କୌଣସି ବ୍ୟବସାୟ ଆରମ୍ଭ କରିଥାନ୍ତି ସେତେବେଳେ ନିଜ ହିସାବରେ ପ୍ଲାନିଙ୍ଗ୍ କରିଥାନ୍ତି । କିନ୍ତୁ ଏକଥା ଦେଖିନଥାନ୍ତି ଯେ ଯେଉଁ କ୍ଷେତ୍ରରେ ବିଜନେସ୍ ଆରମ୍ଭ କରୁଛନ୍ତି ସେହି କ୍ଷେତ୍ରରେ ପ୍ରତିଯୋଗୀ କିଏ ଅଛନ୍ତି । ସେମାନଙ୍କ କ୍ଷମତା କଣ ଏବଂ ସଂଖ୍ୟା କେତେ । ଏକଥା ଦେଖନ୍ତୁ ଆପଣଙ୍କ ବ୍ୟବସାୟ ଦ୍ବାରା ସେମାନଙ୍କ ଉପରେ କି ପ୍ରଭାବ ପଡିବ । ଏବଂ ଆପଣଙ୍କ ବ୍ୟବସାୟ ଫେଲ୍ କରିବାକୁ ସେମାନେ କି ପଦକ୍ଷେପ ନେଇପାରନ୍ତି । ତେଣୁ ସବୁଠାରୁ ପ୍ରତିଯୋଗୀଙ୍କ ଶକ୍ତି ଦେଖନ୍ତୁ ଏବଂ ପରେ ପ୍ଲାନିଙ୍ଗ୍ କରନ୍ତୁ ।

ଏକ୍ସପର୍ଟଙ୍କ ଅଭାବ 

କୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଜାଣିବାକୁ ଚେଷ୍ଟା କରଛନ୍ତି କେଉଁ ବ୍ୟବସାୟ ଚାଲିଛି ଏବଂ କେଉଁ ବ୍ୟବସାୟରେ ଅଧିକ ଲାଭ ରହିଛି । ଏହା ପରେ ବ୍ୟବସାୟ ଆରମ୍ଭ କରୁଛନ୍ତି । କିନ୍ତୁ ଏପରି କରିବା ଠିକ୍ ନୁହେଁ । ସର୍ବ ପ୍ରଥମେ ନିଜ କ୍ଷମତା କଣ ଜାଣନ୍ତୁ । ଏହା ପରେ ସେହି ବ୍ୟବସାୟ କରନ୍ତୁ ଯେଉଁଥିରେ ଆପଣ ପାରଙ୍ଗମ । ଯାହାକୁ ଆପଣ ସମ୍ଭାଳିପାରିବେ ।

ଲୋକେସନ 

ଉଭୟ ସରକାରୀ ଏବଂ ବେସରକାରୀ ରିପୋର୍ଟ ଅନୁଯାୟୀ, ବ୍ୟବସାୟ ଫେଲ୍ ହେବାର ସବୁଠାରୁ ବଡ଼ କାରଣ ହେଉଛି ଲୋକେସନ୍ । ଏହା ଜାଣିବା ନିହାତି ଜରୁରୀ ଯେ ଆପଣ ଯେଉଁଠାରେ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି ସେଠାର ସ୍ଥାନ କେମିତି । ଲୋକେସନ୍ ଆପଣଙ୍କ ବ୍ୟବସାୟର ସହ ମ୍ୟାଚ୍ କରିବ କି ନାହିଁ । ଏହା ସହ ଦେଖନ୍ତୁ ଯେଉଁଠାରେ ବ୍ୟବସାୟ କରୁଛନ୍ତି ସେଠାରେ ବିଜୁଳି , ପାଣି, ସଡକ ଏବଂ ଗମନାଗମନ ଆଦି ସୁବିଧା ଅଛି ନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.