ଚିହ୍ନନ୍ତୁ ଏବଂ ଜାଣନ୍ତୁ ମୃତ୍ୟୁ ବୃକ୍ଷର ରହସ୍ୟକୁ

ପିଲାବେଳେ ଆମେ ସମସ୍ତେ ପଢିଛେ ’ବୃକ୍ଷ ହିଁ ଜୀବନ’ । ବିନା ଜୀବଜଗତରେ ଜୀବନ ଅତିବାହିତ କରିବା ବହୁତ କଷ୍ଟ କିନ୍ତୁ ଆପଣ କ’ଣ ଜାଣିଛନ୍ତି, ପୃଥିବୀ ପୃଷ୍ଠରେ ଏପରି କିଛି ବୃକ୍ଷ ଅଛି ଯାହା ମୃତ୍ୟୁ ବୃକ୍ଷ ନାମରେ ନାମିତ । ଅପାଣଙ୍କୁ ଆଶ୍ଚର୍ୟ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ । ଆସନ୍ତୁ ଜାଣିବା ଏହି ବୃକ୍ଷମାନଙ୍କ ବିଷୟରେ ଯାହା ବେଶ୍ ଜଣାଶୁଣା ମୃତ୍ୟୁ ବୃକ୍ଷ ନାମରେ । କେବେବି ଯଦି ଆପଣ ଏହି ବୃକ୍ଷ ସଂସ୍ପର୍ଶରେ ଆସନ୍ତି ତେବେ ଭୁଲରେ ଛୁଇଁବେ ନାହିଁ ।

ଜିମପି ଷ୍ଟିଙ୍ଗର (Gympie Stinger)

Gympie Stinger

ଅଷ୍ଟ୍ରେଲିଆର ଜଙ୍ଗଲରେ ଦେଖାଯାଉଥିବା ଏହି ବୃକ୍ଷ ଦୁନିଆର ସବୁଠାରୁ ବିପଦଜନକ ବୃକ୍ଷମାନଙ୍କ ମଧ୍ୟରୁ ଗୋଟିଏ । କେଶ ଭଳି ଦେଖାଯାଉଥିବା ଏହି ବୃକ୍ଷର କଣ୍ଟା ଖୁବ୍ ବିଶାକ୍ତ । ଭୁଲରେ ଯଦି କେହି ଏହି ବୃକ୍ଷର ପତ୍ରକୁ ଛୁଇଁ ଦିଏ ତେବେ ଏଥିରେ ଥିବା କଣ୍ଟା ସାହାଯ୍ୟରେ ଏହି ବୃକ୍ଷ ନିଜର ବିଷକୁ ଛୁଇଁ ଥିବା ଲୋକର ଦେହକୁ ଛାଡିଦିଏ । କଣ୍ଟା ଫୋଡି ହୋଇଥିବା ସ୍ଥାନ ଲାଲ୍ ପଡିଯିବା ସହିତ ବିନ୍ଧିବା ଆରମ୍ଭ ହୋଇଯାଏ । ୩ରୁ ୪ଦିନ ଯାଏ ସେହି ବ୍ୟକ୍ତି ରାତିରେ ଶୋଇପାରେ ନାହିଁ ଏବଂ ଧିରେ ଧିରେ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଥାଏ । ଏହି ବୃକ୍ଷର ବିଷରୁ ରକ୍ଷା ପାଇବା ପାଇଁ କୌଣସିବି ଓୗଷଧ ତିଆରି ହୋଇ ନାହିଁ ଯାହାଫଳରେ ବ୍ୟକ୍ତିଟିକୁ ପ୍ରାୟ ୧ବର୍ଷ ପର୍ୟ୍ୟନ୍ତ ଏହି ଯନ୍ତ୍ରଣାକୁ ଭୋଗିବାକୁ ପଡିଥାଏ । କିଛି ଲୋକ ଏହି ବୃକ୍ଷର ଫଳକୁ ଖାଇଥାନ୍ତି କାହିଁକିନା ଏହାର ଫଳରେ ବିଷ ନଥାଏ ।

ସର୍ବେରା ଓଡୋଲାମ (Cerbera Odolam)

pic

ନିଜ ନାଁ ଅପେକ୍ଷା ଏହି ବୃକ୍ଷ ମୃତ୍ୟୁ ବୃକ୍ଷ ନାମରେ ବେଶୀ ପରିଚିତ । ଏସିଆର ବିଭିନ୍ନ ଦେଶରେ ଦେଖାଯାଉଥିବା ଏହି ବୃକ୍ଷର ଫଳ ଅତ୍ୟନ୍ତ ବିଷାକ୍ତ । ଯଦି ଏହି ଫଲର ରସକୁ କୌଣସି ବ୍ୟକ୍ତିଙ୍କର ଖାଇବାରେ ମିଶାଯାଏ ତେବେ ଏହି ଫଳର ବିଷ ଜ୍ବଳାରେ ମନ୍ୟୁଷ୍ୟ ମୁଖରୁ ଯନ୍ତ୍ରଣା ବାହାରିଥାଏ । ଧୀର ଧୀର ହାର୍ଟ ବିଟ୍ ବଢିଯାଇଥାଏ । ଏବଂ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ଆଶ୍ଚର୍ୟ୍ୟର କଥା ହେଉଛି ମୃତ ବ୍ୟକ୍ତିଙ୍କର ପୋଷ୍ଟ ମର୍ଟମ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡେ ନାହିଁ । ଏହି ଫଳର ରସରୁ ବର୍ତ୍ତମାନ ବାୟୋ ଡିଜେଲ୍ ପ୍ରସ୍ତୁତ କରାଯାଉଛି ତେଣୁ ଲୋକମାନେ ଏହି ବୃକ୍ଷକୁ ବହୁଳ ପରିମାଣରେ ଲଗାଉଛନ୍ତି ।

ଟାକ୍ସସ ବାକାଟା (Taxus Baccata)

taxon tree

ଆଫ୍ରିକା, ୟୁରୋପ ଏବଂ ଏସିଆରେ ବହୁଳ ମାତ୍ରାରେ ଏହି ବୃକ୍ଷ ଦେଖିବାକୁ ମିଳିଥାଏ ଯାହା ମୃତ୍ୟୁର ବୃକ୍ଷ ଲିଷ୍ଟରେ ୧ନଂ ହାସଲ କରିଛି । ଏହାର ଉଚ୍ଚତା ପ୍ରାୟ ୨୦ ମିଟର ଏବଂ ଏହି ବୃକ୍ଷର ପ୍ରତ୍ୟେକଟି ଅଂଶରେ ଟୋକ୍ସିନ୍ ନାମକ ବିଷ ଭରି ରହିଥାଏ ଯାହା ମନୁଷ୍ୟକୁ ମୃତ୍ୟୁ ମୁଣକୁ ଟାଣି ନେଇଥାଏ ।

ଷ୍ଟ୍ରିକନିନ ଟ୍ରି (Strychnine Tree)

tree

ଭାରତରେ ଦେଖିବାକୁ ମିଳୁଥିବା ଏହି ବୃକ୍ଷରେ ଷ୍ଟ୍ରିକନିନ ଏବଂ ବୃଷୀନ ନାମକ ବିଷାକ୍ତ କେମିକାଲ୍ ରହିଥାଏ ଯାହା କୌଣସି ବ୍ୟକ୍ତିର ଶରୀରରେ ପ୍ରବେଶ କରିବା ମାତ୍ରେ ଶରୀରର ନର୍ଭସ ସିଷ୍ଟମକୁ ଅକାମି କରିଦେଇଥାଏ । ଯାହା ଫଳରେ ସେହି ବ୍ୟକ୍ତି ନିଶ୍ବାସ ଠିକ୍ ଭାବେ ନେଇ ନପାରି ମୃତ୍ୟୁବରଣ କରିଥାଏ ।

ପୋଜମ ଉଡ଼ (Possum Wood)

bom

ଉତ୍ତର ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳିଥାଏ ଏହି ବୃକ୍ଷ । ଆଶ୍ଚର୍ୟ୍ୟ ହେଲେ ମଧ୍ୟ ଏହା ସତ୍ୟ ବମକୁ ମଣିଷ ନୁହେଁ ପ୍ରକୃତି ସୃଷ୍ଟି କରିଛି । ଆଜ୍ଞା ହଁ ପୋସମ ଉଡ ହେଉଛି ସେହି ବୃକ୍ଷ ଯାହାର ଫଳ ପାଚିଲା ପରେ ବମରେ ପରିଣତ ହୋଇଥାଏ । ଏହା ଫାଟିବା ମାତ୍ରେ ଏଥିମଧ୍ୟରେ ଥିବା ମଞ୍ଜୀ ଘଣ୍ଟା ପ୍ରତି ୨୬୦କିମି ବେଗରେ ଚାରିଆଡେ ବିଛୁରିତ ହୋଇଥାଏ ଏହି ସମୟରେ କୌଣସିବି ବ୍ୟକ୍ତି କିମ୍ବା ଜୀବଜନ୍ତୁ ଯାହାଙ୍କ ଦେହରେ ବାଜିଥାଏ ସେ ଆଘାତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.