Below header

ଆଜି ପୁଣି କମିଲା ସୁନା ଦାମ୍‌, ଜାଣନ୍ତୁ କେତେ ହେଲା ଆପଣଙ୍କ ସହରରେ ସୁନା ଦର

ଦେଶରେ ପୁଣି ଥରେ କମିଛି ସୁନା ଦର । ଶନିବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୦ ଟଙ୍କା କମି ୪୯୪୫୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୪୦ ଟଙ୍କା ହ୍ରାସ ପାଇ ୫୦ ହଜାର ୪୫୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । କିନ୍ତୁ ଭୁବନେଶ୍ୱର ବଜାରରେ କିଛିଟା ଅଧିକ ହ୍ରାସ ପାଇଛି ସୁନା ଦର । ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୫୦ ଟଙ୍କା କମି ୪୮୯୧୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି  ୩୭୦ ଟଙ୍କା କମି  ୫୩,୩୫୦ଟଙ୍କାରେ ପହଂଚିଥିବା ନେଇ ରେକର୍ଡ ହୋଇଛି ।

gold rate

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୫୦୪୫୦ ଓ ୪୯୪୫୦ ଟଙ୍କାରେ ସ୍ଥିର ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ୫୪୪୩୦ ଟଙ୍କା ଓ ୪୯୯୦୦ ଟଙ୍କା ଛୁଇଁଥିବା ନେଇ ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇ ରେ ସୁନା ଦର ୧୦ ଗ୍ରାମ ପ୍ରତି ୫୩୪୩୦ ଟଙ୍କା ଓ ୪୮୯୮୦ ଟଙ୍କା ଥିବା ବେଳେ କୋଲକାତାରେ ୫୩୨୦୦ ଟଙ୍କା ଓ ୫୦୫୦୦ ଟଙ୍କା ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.