Below header

ପୁଣି ହସପିଟାଲରେ ଗୃହ ମନ୍ତ୍ରୀ ଅମିତ ଶାହ, ବିଳମ୍ବିତ ରାତିରେ ହେଲେ ଭର୍ତ୍ତି

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ପୁଣି ଥରେ ଦିଲ୍ଲୀ ଏମ୍ସର ହେଲେ ଭର୍ତ୍ତି। ଗତକାଲି ରାତି ୧୧ଟାରେ ମନ୍ତ୍ରୀ ଅମିତ ଶାହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସେମିତି କିଛି ଗମ୍ଭୀର ସ୍ଥିତି ନଥିଲେ ମଧ୍ୟ ଏମ୍ସ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଶାହଙ୍କୁ ରୁଟିନ୍ ଚେକଅପ୍ ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ମଧ୍ୟ ଅମିତ ଶାହ ଏମ୍ସରେ ପୋଷ୍ଟ କୋଭିଡ କେୟାରରେ ବହୁତ ସମୟ ଧରି ଥିଲେ। ଯେବେକି ଏହା ପୂର୍ବରୁ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ସେ ମେଦାନ୍ତା ହସପିଟାଲରେ ଚିକିତ୍ସିତ ହେଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.