Below header

ପୁଣି ବୃଦ୍ଧି ପାଇଲା ସୁନା ଦାମ୍‌, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ସୁନା ମୂଲ୍ୟ

ଲଗାତାର ଭାବେ କିଛିଦିନ ସୁନା ଦାମ କମିବା ପରେ ସାମାନ୍ୟ ବୃଦ୍ଧି ପାଇଛି ସୁନା ମୂଲ୍ୟ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧, ୪୮୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦, ୪୮୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୦୬୦ ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯, ୫୮୦ ଟଙ୍କା ଛୁଇଁଛି।

gold

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ୫୧, ୪୮୦ ଟଙ୍କା ଓ ୫୦, ୪୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪, ୮୬୦ ଟଙ୍କା ଓ ୫୦, ୩୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୪, ୦୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୪୯, ୫୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୩, ୫୩୦ ଟଙ୍କା ଓ ୫୦, ୮୩୦ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ ମଧ୍ୟ କିଛିଟା ହ୍ରାସ ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୮,୫୦୦ ଟଙ୍କା ପହଞ୍ଚିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.