ଏବେ ଫାଷ୍ଟ ଟ୍ୟାଗ୍ ନୁହେଁ,ବରଂ ଜିପିଏସରୁ ନିଆଯିବ ଟଙ୍କା, ସରକାରଙ୍କର ନୂଆ ନିୟମ

ଯେତିକି ଦୂର ଯାତ୍ରା ସେତିକି ଟୋଲ୍ ଫି । ହଁ ଆଜ୍ଞା ଏଣିକି ଯେତେ ଦୂର ଯାତ୍ରା ଆପଣ କରିବେ ସେତେ ଟୋଲ ଫି ଦେବେ। ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ ଖୁବ୍ ଶୀଘ୍ର ନୂଆ ଟେକ୍ନୋଲୋଜି ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହା ମାଧ୍ୟମରେ ନ୍ୟାସନାଲ ମାଧ୍ୟମରେ ଥିବା ଟୋଲ୍ ପ୍ଲାଜା ହଟାଇ ଜିପିଏସ୍ ଆଧାରିତ ଟେକ୍ନୋଲୋଜିରେ ଟୋଲ୍ ଭରାଯିବ ।

ବର୍ତ୍ତମାନ ଦେଶରେ ନୂଆ ପଦ୍ଧତି ପରୀକ୍ଷା କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି । ଉଦାହରଣ ସ୍ୱରୂପ ଯଦି ଆମେ କହିବା ରାଜପଥରେ ଏକ କାର ଯେତିକି କିଲୋମିଟର ଯାତ୍ରା କରିଥିବ, ସେହି ଆଧାରରେ ଆପଣଙ୍କୁ ଟୋଲ୍ ଦେବାକୁ ପଡ଼ିବ ।

ଏହି ପ୍ରୋଜେକ୍ଟ ଅନୁଯାୟୀ ବ୍ୟକ୍ତିଙ୍କୁ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଥିବା ଦୂରତା ଆଧାରରେ ଟୋଲ ଦେବାକୁ ପଡିବ । ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ପରିବହନ ନୀତିରେ ମଧ୍ୟ ପରିବର୍ତ୍ତନ ଆସିବ । ପାଇଲଟ୍ ଯୋଜନାରେ ସାରା ଦେଶରେ ୧.୩୭ ଲକ୍ଷ ଯାନବାହନକୁ ସାମିଲ କରାଯାଇଛି ।

ତେବେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଚଳିତ ବର୍ଷ ମାର୍ଚ୍ଚରେ ଲୋକସଭାରେ କହିଥିଲେ ଯେ, ସରକାର ବର୍ଷେ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ଟୋଲ ପ୍ଲାଜା ବୁଥ ହଟାଇବେ । ଏହା ବ୍ୟତୀତ ଟୋଲ ବୁଥଗୁଡିକ ଜିପିଏସ ଆଧାରିତ ଟୋଲ ସଂଗ୍ରହ ପ୍ରଣାଳୀରେ ସଂପୂର୍ଣ୍ଣ ରୂପାନ୍ତରିତ ହେବ ବୋଲି ସେ କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଜିପିଏସ୍ ଇମେଜିଂ ମାଧ୍ୟମରେ ଚଳନ୍ତା ଯାନରେ ଏହି ଟୋଲ୍ ସଂଗ୍ରହ କରାଯିବ।

ବର୍ତ୍ତମାନ ସମୟରେ ଗୋଟେ ଟୋଲ ପ୍ଲାଜା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୂରତା ପାଇଁ ଟୋଲ ଆଦାୟ କରାଯାଉଛି। ଯଦିଓ କୌଣସି ବାହନ ସମ୍ପୂର୍ଣ୍ଣ ଦୂରତା ପର୍ଯ୍ୟନ୍ତ ଯାତ୍ରା କରୁନାହିଁ ଏବଂ ଟିକେ ସ୍ଥାନକୁ ଯାଇ ନିଜ ଯାତ୍ରା ବନ୍ଦ କରିଦେଉଛି ତଥାପି ବି ତାଙ୍କୁ ଟୋଲ ଫି ଟୋଟାଲ ଦେବାକୁ ପଡୁଥିଲା।

 

Leave A Reply

Your email address will not be published.