Below header

ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ : ଜୁନ ୧ ତାରିଖରୁ ଚାଲିବାକୁ ଥିବା ଟ୍ରେନ ଏହି ଷ୍ଟେସନରେ ରହିବ

ଜୁନ୍‌ ୧ ତାରିଖରୁ ଭାରତୀୟ ରେଲେଓ୍ଵ ପକ୍ଷରୁ ୨୦୦ରୁ ଅଧିକ ଟ୍ରେନରୁ ଚାଲିବାକୁ ଯାଉଛି। ଏବେ ଏହି ସବୁ ଟ୍ରେନ କେଉଁ କେଉଁ ଷ୍ଟେସନରେ ଅଟକିବ ତାହାର ସବିଶେଷ ବିବରଣୀ ରେଳବାଇ ପକ୍ଷରୁ ଜାରି କରାଯାଇଛି। ରେଳବାଇ ପକ୍ଷରୁ ସ୍ପେଶାଲ ଟ୍ରେନର ସମସ୍ତ ବିବରଣୀ ଟିକେଟ ରିଜରଭେସନ କରାଇବା ପୂର୍ବରୁ ଜାଣିନେବା ନିତାନ୍ତ ଜରୁରୀ।

train 2

 

ଉତ୍ତର ରେଲେଓ୍ଵ ପକ୍ଷରୁ ଦିଲ୍ଲୀରୁ ବାହାରୁଥିବା ସମସ୍ତ ଟ୍ରେନର ବିବରଣୀ ଜାରି କରିଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନ ଯାତ୍ରା ସମୟରେ ସଚେତନାକୁ ଧ୍ୟାନରେ ରଖାଯାଇଛି। ଯାତ୍ରା ସମୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ଭିଡ ନ କରିବା ଇତ୍ୟାଦି ବାଧ୍ୟତାମୂଳକ କରାଯାଇଛି।

tt

ସେହିପରି ଉତ୍ତରପ୍ରଦେଶରୁ ଆସିବାକୁ ଥିବା ଟ୍ରେନର ସମସ୍ତ ବିବରଣୀ ସ୍ଥାନୀୟ ରେଳବାଇ ପକ୍ଷରୁ ଲିଷ୍ଟ ଜାରି କରାଯାଇଛି। ଏହି ସମସ୍ତ ଟ୍ରେନ ୟୁନିର କେଉଁ କେଉଁ ସ୍ଥାନରେ ରହିବ ତାହାର ତାଲିକା ହୋଇଛି। ଏହାଛଡା ଯାତ୍ରୀ ଟିକେଟ ରିଜରଭେସନ ପାଇଁ ୧୨୦ ଦିନ ଅର୍ଥାତ୍‌ ୪ ମାସ ପୂର୍ବରୁ ବୁକିଂ କରିବାକୁ ହେବ। କିନ୍ତୁ ଏବେ ଯାତ୍ରୀଙ୍କୁ କେବଳ ୧ ମାସ ପୂର୍ବରୁ ଆଡଭାନ୍ସ ବୁକିଂର ସୁବିଧା ମିଳିଛି। ଏହି ନୂଆ ନିୟମ ୩୧ ମଇ ସକାଳୁ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.