Below header

ବାଲେଶ୍ୱର: ଦଳୀୟ ନେତାଙ୍କ ଦାଦାଗିରି ! ରାତି ଅଧରେ ନୀଳଗିରି ବ୍ଲକ ଅଧ୍ୟକ୍ଷାଙ୍କୁ ଦୁବୃତ୍ତଙ୍କ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରୀ ବ୍ଲକ ଅଧ୍ୟକ୍ଷାଙ୍କୁ କେତେକ ଅଜଣା ଯୁବକ ଗତକାଲି ରାତିରେ ମରଣାତ୍ମକ ଆକ୍ରମଣ କରିଛନ୍ତି । ଆକ୍ରମଣ କରିବା ପରେ ଅଭିଯୁକ୍ତ ମାନେ ଏକ ନିର୍ଦ୍ଦିଷ୍ଟ ଦଳର ପତାକା ଧରି ଜୟଗାନ କରିବା ସହ ଅନ୍ୟ ଦଳୀୟ ନେତାଙ୍କ କୁଶପୁତ୍ତଳିକା ଦାହ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ସୂଚନା ମୁତାବକ ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଜାନକୀ ସିଂ ନୀଳଗିରିରୁ ଜୋଡାଶାଳା ନିକଟସ୍ଥ ବାଘମରାସ୍ଥିତ ଗାଁକୁ ଫେରୁଥିଲେ । ଏହି ସମୟରେ ବାଘମରା ଫୁଟବଲ ପଡିଆରେ ୧୦ରୁ ୧୫ ଜଣ ଦୂର୍ବବୃତ୍ତ ଏକାଠି ହୋଇ ତାଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହିତ ଗାଳି ଗୁଲଜ କରିଥିଲେ ।

ଏଥିରେ ପ୍ରତିବାଦ କରିବାରୁ ସେହି ଗାଁର କାର୍ତ୍ତିକ ସିଂହ, ଭୀମ ସିଂହ, ରଞ୍ଜନ ସିଂହ, ଗିରିଶ ସିଂ ନାମକ ଯୁବକ ଅଧ୍ୟକ୍ଷାଙ୍କୁ ଟଣାଓଟରା କରି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ । ଏମିତିକି ସେ ପିନ୍ଧିଥିବା ସୁନା ହାରକୁ ବି ଛିଡ଼ାଇ ନେଇଥିଲେ । ଏଭଳି କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଏକ ନିର୍ଦ୍ଦିଷ୍ଟ ଦଳର ଜୟଗାନ କରି ନେତାଙ୍କ କୁଶପୁତ୍ତଳିକା ଦାହ କରିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । କୌଣସି ମତେ ବ୍ଲକ ଅଧ୍ୟକ୍ଷା ଘଟଣାସ୍ଥଳରୁ ଖସି ପାଖାପାଖି ରାତି ୧୦ ଟା ସମୟରେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ପୋଲିସ ପକ୍ଷରୁ ୩ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.