‘Triumph’ ୧୪ ଫେବୃଆରୀରେ ଲଞ୍ଚ କରିବ ଦୁଇଟି ନୂଆ ବାଇକ୍ , ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ଟ୍ରାୟମ୍ଫ(Triumph) ମୋଟରସାଇକଲ ଇଣ୍ଡିଆ ୧୪ ଫେବୃଆରୀରେ ଦେଶରେ ୨୦୧୯ ଷ୍ଟ୍ରିଟ୍ ଟ୍ବିନ୍ ଏବଂ ଷ୍ଟ୍ରିଟ୍ ସ୍କ୍ରାମ୍ବଲର ବାଇକ୍ ଲଞ୍ଚ କରିବ । ଷ୍ଟ୍ରିଟ୍ ଟ୍ବିନ୍ ଟ୍ରାୟମ୍ଫ ଇଣ୍ଡିଆର ସବୁଠାରୁ ଅଧିକ ବିକ୍ରୀ ହୋଇଥିବା ବାଇକ୍ ଅଟେ । ଏହି ୨୦୧୯ ଟ୍ରାୟମ୍ଫ ଷ୍ଟ୍ରିଟ୍ ଟ୍ବିନ୍ ଏବଂ ଷ୍ଟ୍ରିଟ୍ ସ୍କ୍ରାମ୍ବଲର ଦୁଇଟି ବାଇକରେ ବହୁତ ଅପଡେଟ୍ ଦେଖିବାକୁ ମିଳିବ । କମ୍ପାନୀ ଏହି ବାଇକକୁ ବୁକିଂଗ କରିବାର ପ୍ରକ୍ରୀୟା ଆରମ୍ଭ କରିଦେଇଛି । ଯାହାର ଟୋକନ ଆମାଉଣ୍ଟ ୧ଲକ୍ଷ ଟଙ୍କା ରଖାଯାଇଛି । ଦୁଇଟି ବାଇକର ଡେଲିଭରୀ ମାର୍ଚ୍ଚ ମାସରେ କରାଯିବ ।

ଦୁଇଟି ବାଇକକୁ ଭଲ ଲୁକ୍ ଦେବା ପାଇଁ କମ୍ପାନୀ ଏଥିରେ ବହୁତ କସମେଟିକ୍ ଚେଞ୍ଜ କରିଛି ଯାହାଫଳରେ ଆଉଥରେ ନୂଆ ଡିଜାଇନ୍ ପାଇଁ ଗାଓ ହ୍ବିଲ୍,ସାଇଡ୍ ପ୍ୟାନେଲ, ଏବଂ ନୂଆ ଲୋଗ କରାଯାଇଛି । ଏବଂ ଷ୍ଟ୍ରିଟ୍ ସ୍କ୍ରାମ୍ବଲରରେ ନୂଆ ଗ୍ରାଫିକ୍ସର ମିଶ୍ରଣ ଦେଖିବାକୁ ମିଳିବ । ଦୁଇଟି ବାଇକରେ ଦୁଇଟି ନୂଆ ରାଇଡିଙ୍ଗ ମୋଡ ଦିଆଯାଇଛି । ସେଠାରେ ଇଞ୍ଜିନ୍ ରେ କୌଣସି ବଦଳ ନ କରାଯାଇ ପ୍ରଥମରେ ରହିଥିବା ୯୦୦ସିସି ର ଲିକ୍ୟୁଡ୍ କୁଲ୍ଡ, ପାରାଲାଲ ଟ୍ବିନ୍ ଇଞ୍ଜିନ୍ ଦିଆଯାଇଛି । ଯାହା ୫ସ୍ପିଡ୍ ଗିୟରବକ୍ସ ଠାରୁ ଲେସ୍ ରହିବ । ଏଠାରେ କହିରଖିବାକୁ ଚାହୁଁଛୁ ଯେ, କମ୍ପାନୀ ଏହି ବାଇକର ଇଞ୍ଜିନ୍ ପାୱାରକୁ ବଢାଇବା ପାଇଁ ଏଥିରେ ଅଳ୍ପ ସଫ୍ଟ ବ୍ୟବହାର କରିଛି ଯେଉଁଥିରେ ଏହାର ପାଓ୍ୱାର ୧୦ ପିଏମ୍ ପର‌୍ୟ୍ୟନ୍ତ ବଢିଯିବ ।

BIKE12ଦୁଇଟି ବାଇକରେ ଅପଡେଟେଡ୍ ବ୍ରେକ୍ ସିଷ୍ଟମ୍ ଦିଆଯାଇଛି । ଯାହାର ଆଗ ପାଖରେ ୩୧୦ ଏମଏମ ର ଡିସ୍କ ଏବଂ ରିୟରରେ ୨୫୫ ଏମଏମ ର ଡିସ୍କ ବ୍ରେକ୍ ଦିଆଯାଇଛି । ଯଦି ଏହାର ମୂଲ୍ୟ କଥା କୁହାଯାଏ ତ ବର୍ତ୍ତମାନ ଏହାର ଏକ୍ସ ସୋରୁମରେ ଟ୍ରାୟମ୍ଫ ଷ୍ଟ୍ରିଟ୍ ଟ୍ବିନ୍ ର ମୂଲ୍ୟ ୭.୭୦ଲକ୍ଷ ରହିଥିବାବେଳେ, ଷ୍ଟ୍ରିଟ୍ ସ୍କ୍ରାମ୍ବଲରର ମୂଲ୍ୟ ୮.୬୦ଲକ୍ଷ ରହିଛି ।

Leave A Reply

Your email address will not be published.