ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ୮୦ ରନ୍‌ରେ ପରାସ୍ତ

େଓ୍ଵଲିଂଟନ୍‌ : ଏଠାରେ ଆଜି ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ୮୦ ରନ୍‌ରେ ବିଜୟୀ ହୋଇ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ଟି-୨୦ରେ ଭାରତର ଏହା ହେଉଛି ସବୁଠାରୁ ବଡ଼ ବ୍ୟବଧାନରେ ପରାଜୟ ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୨୧୯ ରନ୍‌ କରିଥିଲା । ଜବାବରେ ଭାରତ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୩୯ ରନ୍‌ କରି ପାରିଥିଲା । ଭାରତ ପକ୍ଷରୁ ଧୋନି ସର୍ବାଧିକ ୩୯ ରନ୍‌ (୩୧ ବଲ୍‌, ୫ ଚୌକା ଓ ୧ ଛକା) କରିଥିବା ବେଳେ ଶିଖର ଧବନ ୨୯ (୧୮ ବଲ୍‌, ୨ ଚୌକା ଓ ୩ ଛକା), ବିଜୟ ଶଙ୍କର ୨୭ ଏବଂ କ୍ରୁନାଲ ପାଣ୍ଡ୍ୟା ୨୦ ରନ୍‌ କରିଥିଲେ ।
ମ୍ୟାଚ୍‌ରେ ସର୍ବାଧିକ ୮୪ ରନ୍‌ କରିଥିବା ଟିମ୍‌ ସିଫର୍ଟ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ଲାଭ କରିଛନ୍ତି । ତାଙ୍କରି ଯୋଗୁଁ ଘରୋଇ ଦଳ ୨୦୦ ରନ୍‌ ଟପି ପାରିଥିଲା ।
ସ୍କୋର : ନ୍ୟୁଜିଲାଣ୍ଡ-୨୧୯/୬, ୨୦ ଓଭର (ସିଫର୍ଟ ୮୪, ମନରୋ ୩୪, ଓ୍ଵିଲିୟମସନ୍‌ ୩୪, ଟେଲର ୨୩) ।

ଭାରତ-୧୩୯ ଅଲଆଉଟ୍‌, ୧୯.୨ ଓଭର (ଧବନ ୨୯, ଧୋନି ୩୯, ବିଜୟ ଶଙ୍କର ୨୭, କ୍ରୁନାଲ ପାଣ୍ଡ୍ୟା ୨୦ । ସାଉଦି ୩/୧୭, ଫର୍ଗୁସନ୍‌ ୨/୨୨, ସାଣ୍ଟନର ୨/୨୪, ସୋଢି ୨/୨୬) ।

NEWZELAN WIN-2

Leave A Reply

Your email address will not be published.