Below header

ଭୁଲରେ ମଧ୍ୟ ସରସ୍ବତୀ ପୂଜାରେ କରନ୍ତୁ ନାହିଁ ଏହି ୫ଟି କାମ , ହୋଇଥାଏ ଅଶୁଭ

ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ଆସନ୍ତା ୧୦ ଫେବୃଆରୀ ୨୦୧୯ ଦିନ ପଡୁଛି । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ମା’ସରସ୍ବତୀଙ୍କ ପୂଜା ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥରେ ଏମିତି ମାନ୍ଯତା ରହିଛି କି ଏହି ଦିନ ଶବ୍ଦର ଶକ୍ତି ମନୁଷ୍ଯ ଜୀବନରେ ଆସିଥିଲା । ପୁରାଣରେ ଲେଖା ଅଛି ସୃଷ୍ଟିକୁ ବାଣି ଦେବା ପାଇଁ ବ୍ରହ୍ମା ପ୍ରଭୁ କମଂଡଲରୁ ଜଳ ଆଣି ଚାରୀ ଦିଗରେ ଛିଞ୍ଚିଦେଇଥିଲେ । ଏହି ଜଳରେ ହାତରେ ବୀଣା ଧାରଣ କରି ଯେଉଁ ଶକ୍ତି ପ୍ରକଟ ହୋଇଥିଲେ ସେ ଥିଲେ ମା’ସରସ୍ବତୀ । ତାଙ୍କ ବୀଣାର ତାର ଛିଡିବା କ୍ଷଣି ହିଁ ତିନି ଲୋକର ଉର୍ଜାର ସଞ୍ଚାର ହୋଇଥିଲା ଏବଂ ସମସ୍ତଙ୍କୁ ଶବ୍ଦର ବାଣୀ ମିଳିଥିଲା । ସେହି ଦିନ ବସନ୍ତ ପଞ୍ଚମୀ ଥିଲା ଏଥିପାଇଁ ବସନ୍ତ ପଞ୍ଚମୀକୁ ସରସ୍ବତୀ ପୂଜା ଭାବେ ପାଳନ କରାଯାଇଥାଏ ।

Maa Saraswatiଶାସ୍ତ୍ରରେ ବସନ୍ତ ପଞ୍ଚମୀ ଦିନ ବହୁ ନିୟମ କୁହାଯାଇଛି ଯାହାର ପାଳନ କରିବା ଦ୍ବାରା ମା’ସରସ୍ବତୀ ପ୍ରସନ୍ନ ହୋଇଥାନ୍ତି । ବସନ୍ତ ପଞ୍ଚମୀ ଦିନ ହଳଦିଆ ବସ୍ତ୍ର ପିନ୍ଧିବା ଦରକାର ଏବଂ ମା ସରସ୍ବତୀଙ୍କୁ ହଳଦିଆ ଏବଂ ଧଳା ରଙ୍ଗର ଫୁଲ ଦେବା ଉଚିତ୍ । ଏହା ଧରାଯାଏ କି ବସନ୍ତ ପଞ୍ଚମୀ ଦିନ ଯଦି ଶାସ୍ତ୍ରରେ କୁହାଯାଇଥିବା ନିୟମକୁ ପାଳନ କରାନଯାଏ ତେବେ ମା’ ସରସ୍ବତୀ ପ୍ରସନ୍ନ ହୋଇନଥାନ୍ତି । ଜାଣନ୍ତୁ କ’ଣ ସେହି ନିୟମ ।

ବସନ୍ତ ପଞ୍ଚମୀ କିମ୍ବା ସରସ୍ବତୀ ପୂଜା ଦିନ ଏହି ୫ଟି ଭୂଲ କରନ୍ତୁ ନାହିଁ :

Saraswatiଶୁଭ ଅବସରରେ କଳା କପଡା ପିନ୍ଧିବା ଶାସ୍ତ୍ରରେ ବର୍ଜନ କରାଯାଇଛି । ଏଥିପାଇଁ ସରସ୍ବତୀଙ୍କ ପୂଜା ଦିନ କଳା ରଙ୍ଗର କପଡା ପିନ୍ଧନ୍ତୁ ନାହିଁ ।

ସରସ୍ବତୀ ପୂଜା ଦିନ ସାତ୍ତ୍ବିକ ଭୋଜନ ଆହରଣ କରନ୍ତୁ । ଏହି ଦିନ ମାଂସ-ମଦ ଆଦି ସେବନ କରନ୍ତୁ ନାହିଁ ।

ଏହି ଦିନ ଗଛ ଲତା ଆଦିକୁ କାଟନ୍ତୁ ନାହିଁ ।

ଏହି ସରସ୍ବତୀ ପୂଜା ଦିନ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧାର ସହ କଥାବର୍ତ୍ତା କରିବା ଉଚିତ୍ । ଏହି ଦିନ କାହା ସହ ବାଦ ବିବାଦ କିମ୍ବା କ୍ରୋଦ୍ଧ କରିବା ଉଚିତ୍ ନୁହେଁ ।

ସରସ୍ବତୀ ପୂଜା ଦିନ ସକାଳୁ ସ୍ନାନ କରିବା ଜରୁରୀ ଅଟେ । ନଗାଧୋଇ କିଛି ବି ଖାଇବା ଉଚିତ୍ ନୂହେଁ । ମା’ଙ୍କ ପୂଜା କରିସାରିବା ପରେ ହିଁ ଖାଦ୍ଯ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.