ପୁଞ୍ଜିଲାଲ ଯିବ ବଲାଙ୍ଗିର ଜେଲ୍‌

ବଲାଙ୍ଗିର (କେ ନ୍ୟୁଜ୍‌) : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯିବ। ଏବେ ସେ ପାଟଣାଗଡ଼ ଜେଲରେ ରହୁଛି। ତାକୁ ସ୍ଥାନାନ୍ତର ନେଇ ନିର୍ଦ୍ଦେଶ ଦେଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ଜେଲ୍‌ ଅଧିକାରୀ ଓ କର୍ମଚାରୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ପୁଞ୍ଜିଲାଲ ଅଭିଯୋଗ କରିଥିଲା । ସେହିପରି ଜେଲ୍‌ର ଅନ୍ୟ କିଛି ଅପରାଧୀଙ୍କ ସହ ମିଶି ଜେଲରୁ ଚମ୍ପଟ ମାରିବା ପାଇଁ ପୁଞ୍ଜିଲାଲ ଉଦ୍ୟମ କରୁଥିବା ସୂଚନା ମିଳିଥିଲା। ଏହାପରେ ତାକୁ ପାଟଣାଗଡ଼ ଜେଲରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.