ପାରାଦୀପ : ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ନୀତିନ ଗଡ଼କରି

ପାରାଦୀପ : ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। ପାରାଦୀପ ତୈଳ ବିଶୋଧନାଗାରଠାରେ ପଲିପ୍ରପ୍‌ଲିନ୍‌ କାରଖାନାର ଉଦ୍‌ଘାଟନ ସହ ମନୋଇଥାଇଲିନ୍‌ ଗ୍ଲାଇକୋଲ କାରଖାନା ଓ ଏଲ୍‌ପିଜି ଆମଦାନୀ ଟର୍ମିନାଲ ପାଇଁ ଶିଳାନ୍ୟାସ କରିଛନ୍ତି। ତାଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କାମାକ୍ଷାନଗରରେ ସରକାରୀ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ତାଳଚେରଠୁ ଚଣ୍ଡିଖୋଲ ଯାଏ ଏନ୍‌ଏଚ୍‌-୫୩କୁ ୪ଲେନ ବିଶିଷ୍ଟ କରିବା ପାଇଁ ଏହାର ଶିଳାନ୍ୟାସ କରିଥିଲେ । ୧୩୨ କିମି ରାସ୍ତା ପାଇଁ ୨ହଜାର ୩୪୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଶିଳାନ୍ୟାସ ପରେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ଏକ ସାଧାରଣ ସଭାରେ ଗଡକରି ଉଦ୍‌ବୋଧନ ଦେଇଥିଲେ। …

Leave A Reply

Your email address will not be published.