ଚଳିତ ବର୍ଷ କେବଳ ୧ ଟଙ୍କା ଦରମା ନେବେ ଉଦୟ କୋଟାକ, ପିଏମ କେୟର୍ସ ଫଣ୍ଡରେ ଦାନ କଲେ ୨୫ କୋଟି

କୋଟାକ ମହିନ୍ଦ୍ରା (Kotak Mahindra Bank)ର CEO ଉଦୟ କୋଟକ ଚଳିତ ବର୍ଷ ୨୦୨୦-୨୧ ରେ ଦରମା ନନେବା ପାଇଁ ନିଷ୍ପତି କରିଛନ୍ତି। ଉଦୟ କୋଟକ କହିଛନ୍ତି, ସେ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ଦରମା ଆକାରରେ ୧ ଟଙ୍କା ନେବେ। କରୋନା ଭାଇରସ ମାହାମାରୀ ପାଇଁ ହେଉଥିବା କ୍ଷତିକୁ ଦେଖି କୋଟକ ଏଭଳି ନିଷ୍ପତି ନେଇଛନ୍ତି। ଉଦୟ କୋଟକଙ୍କ ବ୍ୟତୀତ ଏହି ଗ୍ରୁପର ଟପ ଲିଡ଼ରସିପ ଟିମ ମଧ୍ୟ ନିଜର ଦରମାରୁ ୧୫ ପ୍ରତିଶତ ଦାନ ଦେବା ପାଇଁ ସ୍ଥିର କରିଛନ୍ତି। ରିପୋର୍ଟ ଅନୁଯାୟୀ ଗତ ଗୁରୁବାର ଦିନ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏହି ବୟାନ ଘୋଷଣା କରିଛି।

uday

ବର୍ତ୍ତମାନର ଏଭଳି ସଂକଟରେ ଏହି ଗ୍ରୁପ ଅନ୍ୟ ପ୍ରକାର ସାହାଯ୍ୟ ଏବଂ ସୁବିଧା ଯୋଗାଇଦେବା ପାଇଁ ମଧ୍ୟ ସୂଚନା ଦେଇଛି। କୋଟାକ ମହିନ୍ଦ୍ରା ବ୍ୟାଙ୍କ ପିଏମ କେୟର୍ସ ଫଣ୍ଡରେ ୨୫ କୋଟି ଟଙ୍କା ଦାନ ଦେବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ସେହିଭଳି ଏହି ଗ୍ରୁପ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡରେ ୧୦ କୋଟି ଟଙ୍କା ଜମା କରିଛନ୍ତି। କିନ୍ତୁ ଏସବୁ ବ୍ୟତୀତ ଉଦୟ କୋଟକ ବ୍ୟକ୍ତିଗତ ରୂପେ ଏହି ଫଣ୍ଡରେ ୨୫କୋଟି ଟଙ୍କା ଦାନ କରିବା ନେଇ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.