ଲଞ୍ଚ୍‌ ପୂର୍ବରୁ ପ୍ରଥମ ଥର ପାଇଁ ଦେଖାଗଲା ଇଲେକଟ୍ରିକ ହ୍ୟୁଣ୍ଡାଇ କ୍ରେଟା, ୨୦୨୫ ସୁଦ୍ଧା ହେବ ଲଞ୍ଚ୍‌

ନିକଟରେ ହ୍ୟୁଣ୍ଡାଇ ଏକ ଇଲେକଟ୍ରିକ କ୍ରେଟା କ୍ରସଓଭର (SU2i EV) ର ପ୍ରଟୋଟାଇପ ଭ୍ୟାରିୟଣ୍ଟକୁ ପ୍ରଥମ ଥର ଦେଖାଯାଇଛି ।

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଗତ ମାସ ଅଟୋ ଏକ୍ସପୋରେ ନିଜର ଇଲେକଟ୍ରିକ ଏସୟୁଭି Ioniq 5 କୁ ଲଞ୍ଚ୍ କରିଥିଲା । ଏହାସହିତ କମ୍ପାନୀ Ioniq 6କୁ ଶୋକେସ ମଧ୍ୟ କରିଥିଲା । ଏବେ ନିକଟରେ ହ୍ୟୁଣ୍ଡାଇ ଏକ ଇଲେକଟ୍ରିକ କ୍ରେଟା କ୍ରସଓଭର (କୋଡନେମ SU2i EV) ର ପ୍ରଟୋଟାଇପ ଭ୍ୟାରିୟଣ୍ଟକୁ ପ୍ରଥମ ଥର ଦେଖାଯାଇଛି । ଅଟୋମେଟିଭ ଏକ୍ସପର୍ଟ ନିତିନ୍ ତ୍ୟାଗି ନିଜର ଇଭିକୁ ଚାର୍ଜ କରୁଥିଲେ, ସେତେବେଳେ ଏକ ହ୍ୟୁଣ୍ଡାଇ କ୍ରେଟା ଇଭି ପ୍ରୋଟୋଟାଇପ ରିଚାର୍ଜ ପାଇଁ ଅଟକିଥିଲା, ଯାହାର ଫଟୋ ସେ ଉଠାଇଥିଲେ ।

କିନ୍ତୁ ହ୍ୟୁଣ୍ଡାଇ କ୍ରେଟା ଇଲେକଟ୍ରିକର ଏହି ଭ୍ୟାରିୟଣ୍ଟରେ କାମଫ୍ଲ କଭର୍ଡ ନ ଥିଲା, ସାଧାରଣତଃ ଲଞ୍ଚ୍ ପୂର୍ବରୁ କୌଣସି ଗାଡିକୁ ଟେଷ୍ଟିଂ ପୂର୍ବରୁ ବାହାରକୁ ନିଆଗଲେ ସେତେବେଳେ ଗାଡିକୁ ଏକ ସ୍ୱତନ୍ତ୍ର ଡିଜାଇନରେ କଭର କରି ନିଆଯାଏ ଯାହା ଫଳରେ କି ଗାଡିର ଅରିଜିନାଲ ଡିଜାଇନ ରିଭିଲ ହେବନାହିଁ | କିନ୍ତୁ ଏଥିରେ କୌଣସି କଭର ନଥିବାରୁ ଅପକମିଙ୍ଗ କ୍ରେଟା ଇଭିର ଡିଜାଇନ ଏବଂ ଲୁକ୍ ବାହାରକୁ ପରିଲକ୍ଷିତ ହେଉଥିଲା । ତେବେ ଫଟୋ ଦେଖି ଏହା ଜଣାପଡୁଛି ଯେ କ୍ରେଟା ଇଭି ଏବଂ ଏହାର ରେଗୁଲାର ମଡେଲ ମଧ୍ୟରେ ପ୍ରାୟ କୌଣସି ବିଶେଷ ପାର୍ଥକ୍ୟ ରହିବ ନାହିଁ । କିନ୍ତୁ ଗାଡିର ବେସମେଣ୍ଟରେ ଥିବା ଏକ୍ସଟନସନରୁ ଏହା ବ୍ୟାଟେରୀ କଭର ବୋଲି ଅନୁମାନ ଲଗାଯାଇ ପାରେ।

କ୍ରେଟା ଇଭିର ପ୍ରଡକ୍ସନ ମଡେଲରେ ମଧ୍ୟ ବର୍ତ୍ତମାନ ବ୍ୟବହାର କରାଯାଉଥିବା ଆଇସି-ଇଞ୍ଜିନ ପ୍ଲାଟଫର୍ମର ଅପଡେଟେଡ ଭର୍ସନ ବ୍ୟବହାର କରାଯିବାର ସମ୍ଭାବନା ରହିଛି । ହ୍ୟୁଣ୍ଡାଇ କ୍ରେଟା ଇଲେକଟ୍ରିକର ସ୍ପାଏଡ ମଡେଲକୁ ଦେଖି ଜଣାପଡୁଛି ଯେ ଏହି କାରକୁ ବନାଇବା ପାଇଁ କମ୍ପାନୀକୁ ନିଜର ଏକ୍ଜିସିଟିଙ୍ଗ ଅସେମ୍ବଲୀ ଲାଇନ୍ସରେ ଅଧିକ ପରିବର୍ତ୍ତନ ଏବଂ ନିବେଶର ଆବଶ୍ୟକତା ହେବନାହିଁ । ଯଦିଓ ପରେ କମ୍ପାନୀ ଘରୋଇ ଏବଂ ବିଦେଶୀ ବଜାରରେ ନିଜର ଇଲେକଟ୍ରିକ ଇ-ଜିଏମପି ପ୍ଲାଟଫର୍ମକୁ ଭାରତରେ ସ୍ଥାପନ କରିବ ।

ଯାହା ବି ହେଉ ଏ ପର୍ଯ୍ୟନ୍ତ ଅପକମିଙ୍ଗ ହ୍ୟୁଣ୍ଡାଇ କ୍ରେଟା ଇଭି ବିଷୟରେ କମ୍ପାନୀ ତରଫରୁ ଅଧିକ କିଛି ସୂଚନା ମିଳିପାରିନାହିଁ । କିନ୍ତୁ ଏହାର ଖାସିୟତ୍ କୋନା ଇଲେକଟ୍ରିକ ଭଳି ହୋଇପାରେ । ଅର୍ଥାତ୍ ଏଥିରେ ୧୦୦ କିଲୋଓ୍ଵାଟ(136 hp) PMSM ଇଲେକଟ୍ରିକ ମୋଟର ମିଳିବ ଯାହା ୩୯୫ଏନଏମର ପିକ ଟର୍କ ଆଉଟପୁଟ ଜେନେରେଟ କରିବ । ଏହି କାରରେ ୩୯.୨ କିଲୋଓ୍ଵାଟର କ୍ଷମତା ବିଶିଷ୍ଟ ଲିଥିୟମ-ଆୟନ ପଲିମର ୟୁନିଟର ବ୍ୟାଟେରୀ ମିଳିବ ଯେଉଁଥିରେ ୪୦୦କିମି ରୁ ଅଧିକ ମିଲେଜେ ମିଳିବାର ଆଶା କରାଯାଉଛି ।

କେବେ ହେବ ଲଞ୍ଚ୍

ନୂଆ ହ୍ୟୁଣ୍ଡାଇ କ୍ରେଟା ଇଭିର ୨୦୨୫ ଅଟୋ ଏକ୍ସପୋରେ ଆସିବ ବୋଲି ଆଶା କରାଯାଉଛି । ଯାହାପରେ ଏହାର ଲଞ୍ଚିଙ୍ଗ୍ କରାଯିବ । ଏହାର ଡେବ୍ୟୁ ଟାଇମଲାଇନ୍ ଏହାର ମାରୁତି YY8 ଇଲେକଟ୍ରିକ ଏସୟୁଭି ସହ ସମାନ । ଏହାର ଦାମ୍ ୨୦ ରୁ ୩୦ ଲକ୍ଷ ଟଙ୍କା ଭିତରେ ହୋଇପାରେ ବୋଲି ଆଶାା କରାଯାଉଛି ।

Nexon EV Max ସହ ହେବ ମୁକାବିଲା

ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଟାଟା ନେକ୍ସନ ଇଭି ମ୍ୟାକ୍ସ ସହ ଏହାର ମୁକାବିଲା ହେବ । ଏହା ଦେଶରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଇଲେକଟ୍ରିକ କାର ଅଟେ । ଏଥିରେ ୪୫୬ କିଲୋମିଟର ପ୍ରତି ଚାର୍ଜ ରେଞ୍ଜ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.