Below header

ବାପା ପୁଅ ହେବ ତ ଏମିତି, ସବ୍‌ ଇନ୍ସପେକ୍ଟର ବାପା କାନ୍ଧରେ ଷ୍ଟାର ଲଗାଇଲେ IPS ପୁଅ

ଯେଉଁ ବାପା ପୋଲିସରେ ଚାକିରି କରି ନିଜ ପୁଅକୁ ଆଇପିଏସ କରାଇଲେ, ଆଜି ସେହି ଆଇପିଏସ ପୁଅ ବାପାଙ୍କ ପ୍ରମୋସନ ପରେ ତାଙ୍କ କାନ୍ଧରେ ଷ୍ଟାର ନିଜେ ଲଗାଇଦେଉଛନ୍ତି ।

ଜଣେ ବାପାଙ୍କ ପାଇଁ ଏହା ଠାରୁ ବଡ ଦିନ ଆଉ କେଉଁଟା ହେବ ଯେତେବେଳେ ଜଣେ ପିତା ସବଇନ୍ସପେକ୍ଟର ହେବା ପରେ ତାଙ୍କ କାନ୍ଧରେ ଷ୍ଟାର ତାଙ୍କ ଆଇପିଏସସ ପୁଅ ନିଜେ ଲଗାଇଦେବ । ନିହାତି ଭାବେ ଏ ମୁହୂର୍ତ୍ତ ବହୁତ ସ୍ମରଣୀୟ ରହିବ ଉଭୟ ବାପା ଏବଂ ପୁଅ ପାଇଁ । ଉତ୍ତର ପ୍ରଦେଶର ୨୦୧୪ ବ୍ୟାଚର ଆଇପିଏସ ଅନୁପ ସିଂହ ଏବଂ ତାଙ୍କ ପିତା ଜନାର୍ଦ୍ଦନ ସିଂହଙ୍କ ମଧ୍ୟରେ ଏମିତି ହିଁ କିଛି କାହାଣୀ ରହିଛି । ଏହି ଦୁଇ ଜଣ ଏମିତି ପିତା ପୁତ୍ର, ଯେଉଁଠି ଜଣେ ପିତା ନିଜ ଅଫିସର ପୁଅକୁ ଡ୍ୟୁଟିରେ ସାମ୍ନାରେ ରହି ସାଲ୍ୟୁଟ୍‌ କରନ୍ତି ।

ଯେଉଁ ବାପା ପୋଲିସରେ ଚାକିରି କରି ନିଜ ପୁଅକୁ ଆଇପିଏସ କରାଇଲେ, ଆଜି ସେହି ଆଇପିଏସ ପୁଅ ବାପାଙ୍କ ପ୍ରମୋସନ ପରେ ତାଙ୍କ କାନ୍ଧରେ ଷ୍ଟାର ନିଜେ ଲଗାଇଦେଉଛନ୍ତି । ସୋସିଆଲ ମିଡିଆରେ ୟୁପି କ୍ୟାଡର ଆଇପିଏସ ଅନୁପ ସିଂହ ଏବଂ ତାଙ୍କ ସବ-ଇନ୍ସପେକ୍ଟର ପିତା ଜନାର୍ଦ୍ଦନ ସିଂହଙ୍କ ଫଟୋ ଏବେ ଖୁବ୍‌ ଭାଇରାଲ ହେଉଛି ।

ଆଇପିଏସ ଅନୁପ ସିଂହ ଏବଂ ସବଇନ୍ସପେକ୍‌ଟର ଜନାର୍ଦ୍ଦନ ସିଂହଙ୍କ କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ ମଧ୍ୟ କମ୍‌ ନୁହେଁ । ଉତ୍ତର ପ୍ରଦେଶ ପୋଲିସରେ ସିପାହୀରେ ଭର୍ତ୍ତି ହୋଇଥିବା ଜନାର୍ଦ୍ଦନ ସିଂହ ବସ୍ତିର ପିପରା ଗୌତମ ଗାଁରେ ରୁହନ୍ତି । ଜନାର୍ଦ୍ଦନ ସିଂହ ପରିବାରରେ ତାଙ୍କ ପତ୍ନୀ କଞ୍ଚନ ସିଂହ ଏବଂ ଜଣେ ପୁଅ ଓ ଝିଅ ଅଛନ୍ତି ।

ଜନାର୍ଦ୍ଦନ ସିଂହ ପିଲାବେଳରୁ ହିଁ ନିଜ ପୁଅକୁ ଆଇପିଏସ ବନାଇବା ସ୍ୱପ୍ନ ଦେଖିଥିଲେ । ଅନୁପ ସିଂହ ଇଲାହାବାଦ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିବା ପରେ ଜେଏନୟୁରେ ଆଡମିସନ ନେଲେ ଏବଂ ସେଠାରୁ ଭୁଗୋଲରେ ଏମଏ କଲେ । ଏହାପରେ ଅନୁପ ସିଂହ ୟୁପିଏସସି କ୍ୱାଲିଫାଏ କଲେ ।

ବର୍ତ୍ତମାନ ସମୟରେ ଅନୁପ ସିଂହ ଲକ୍ଷ୍ନୌରେ ଟେକ୍ନିକାଲ ସର୍ଭିସେଜରେ ଏସପି ପଦରେ ନିଯୁକ୍ତ ହେଲେ । ଅନୁପ ସିଂହର ପୋଷ୍ଟିଙ୍ଗ ବିଷୟରେ କହିବା ତ ଆଲିଗଡ ଏବଂ ଗାଜିୟାବାଦରେ ଏଏସପି ପରେ ଅନୁପ ସିଂହଙ୍କୁ ଉନ୍ନାଓରେ ଆଡିସନାଲ ଏସପି କରାଗଲା । କାନପୁରରେ କମିଶନରେଟ ଲାଗୁ ହେବା ପରେ ଅନୁପ ସିଂହଙ୍କୁ ଡିସିପି ଇଷ୍ଟ ଭାବେ ପଠାଗଲା ।

ବର୍ତ୍ତମାନ ସମୟରେ ସେପ୍ଟେମ୍ବର ୨୦୨୨ରେ ଅନୁପ ପୋଲିସ ମୁଖ୍ୟାଳୟରେ ଏସପି ଟେକ୍ନିକାଲ ସର୍ଭିସେଜ୍‌ ପଦରେ ନିଯୁକ୍ତ ହେଲେ । ଅନୁପ ଅକ୍ଟୋବର ୨୦୧୮ରେ ଯେତେବେଳେ ଏସପି ନର୍ଥ ହୋଇ ଲକ୍ଷ୍ନୌକୁ ଆସିଲେ ତ ତାଙ୍କ ବାପା ଜନାର୍ଦ୍ଦନ ସିଂହ ଲକ୍ଷ୍ନୌରେ ହିଁ ବିଭୂତି ଖଣ୍ଡ ଥାନାରେ ଏଏସଆଇ ଥିଲେ । ଆଉ ଏବେ ଜନାର୍ଦ୍ଦନ ସିଂହ ପ୍ରମୋସନ ପାଇ ସବ୍‌ ଇନ୍ସପେକ୍‌ଟର ହୋଇଛନ୍ତି । ଏବଂ ସିବିସିଆଇଡିରେ ନିଯୁକ୍ତ ଅଛନ୍ତି । କାନ୍ଧରେ ସବ୍‌ ଇନ୍ସପେକ୍ଟର ଷ୍ଟାର ଲଗାଉଥିବା ଆଇପିଏସ ପୁଅ ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁ ଫଟୋକୁ ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.