ଅନ୍ଧ ମୁକ ବଧିର ବିଦ୍ୟାଳୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବିଡାନାସୀ ଥାନା ଅନ୍ତର୍ଗତ ନୂଆସାହି ସ୍ଥିତ ଅନ୍ଧ ମୁକ ବଧିର ବିଦ୍ୟାଳୟର ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ।

କଟକ (କେନ୍ୟୁଜ): ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ। ବିଡାନାସୀ ଥାନା ଅନ୍ତର୍ଗତ ନୂଆସାହି ସ୍ଥିତ ଅନ୍ଧ ମୁକ ବଧିର ବିଦ୍ୟାଳୟର ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ। ମୃତକ ଅଷ୍ଟମ ଶ୍ରେଣୀର ଛାତ୍ର ରାକେଶ ମହାପାତ୍ର । ଏନେଇ ଅଧିକ ତଦନ୍ତ କରୁଛି ପୋଲିସ। ଘଟଣା ପଛର କାରଣ ଅସ୍ପଷ୍ଟ। ଶବବ୍ୟବଚ୍ଛେଦ ପାଇଁ ଏସ ସି ବି ନିଆଯିବ ମରଶରୀର।

ସେପଟେ ବିଦ୍ୟାଳୟ ଶିକ୍ଷୟତ୍ରୀ କହିବା କଥା ରାକେଶ ଜଣେ ଭଲ ପିଲା। ଏମିତି କେମିତି କଲା ଆମେ କେହି ବିଶ୍ୱାସ କରି ପାରୁନୁ। କିନ୍ତୁ ଅପର ପକ୍ଷେ ପରିବାର ଲୋକ କହିଛନ୍ତି ବିଦ୍ୟାଳୟ ପକ୍ଷରୁ ଅବହେଳା ପାଇଁ ଆଜି ଆମ ପିଲାର ଏମିତି ଘଟିଛି।।