ଲକ୍ଷ୍ନୌ ପରେ ହରଦୋଇରେ ବାଇକ୍‌ ଉପରେ ରୋମାନ୍ସ! ଗାଡ଼ି ଚଲାଉଥିଲା ପ୍ରେମିକ, କୋଳରେ ବସିଥିଲା ପ୍ରେମିକା

ବାଇକ୍‌ ଉପରେ ରୋମାନ୍ସ। ଲକ୍ଷ୍ନୌ ପରେ ଏବେ ହରଦୋଇରେ ସମାନ ଘଟଣା ଘଟିଛି। ଏଠାରେ ବାଇକ୍‌ ଚଲାଉଥିବା ଜଣେ ପ୍ରେମିକ ନିଜ ପ୍ରେମିକାକୁ କୋଳ ଉପରେ ବସାଇ ରୋମାନ୍ସ କରୁଥିବାର ନଜର ଆସିଛନ୍ତି।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍କୁଟି ଉପରେ ରୋମାନ୍ସ କରିବାର ଭିଡିଓ ଭାଇରାଲ ହେବା ପରେ ଏବେ ହରଦୋଇରୁ ବି ସମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ କୋଳରେ ବସାଇ ଦ୍ରୁତ ଗତିରେ ବାଇକ୍‌ ଚଲାଉଥିବା ଦେଖିବାକୁ ମିଳୁଛି। ଏବେ ପୋଲିସ ବାଇକ୍‌ ନମ୍ବର ଆଧାରରେ କପଲ୍‌ଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି।

ୟୁପିର ହରଦୋଇରେ ବାଇକ୍‌ ଉପରେ ରୋମାନ୍ସ କରୁଥିବା ଏହି ପ୍ରେମୀ ଯୁଗଳଙ୍କ ଭିଡିଓ ଆଜି ସକାଳର ବୋଲି ଜଣାପଡ଼ିଛି। ରାସ୍ତାରେ ଯାଉଥିବା ବେଳେ ଯୁବକ, ଯୁବତୀ ରୋମାନ୍ସ କରୁଥିବା ଦେଖାଯାଉଛି। ବାଇକ୍‌ ଆଗରେ ବସିଥିବା ଯୁବତୀ, ଯୁବକଙ୍କ ସହିତ ରୋମାନ୍ସ କରୁଛନ୍ତି।

ରାସ୍ତା ମଝିରେ ବାଇକ୍‌ ଉପରେ ରୋମାନ୍ସର ଏହି ଭିଡିଓକୁ ପଛରେ ଯାଉଥିବା ଜଣେ କାର୍‌ ଚାଳକ ରେକର୍ଡ କରିଥିଲେ। ପରେ ସେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏହା ପୂର୍ବରୁ ଲକ୍ଷ୍ନୌରେ ମଧ୍ୟ ସ୍କୁଟି ଏବଂ କାର୍‌ ଭିତରେ ପ୍ରେମୀ ଯୁଗଳ ରୋମାନ୍ସ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଭିଡିଓ ସାମ୍ନାକୁ ଆସିବା ପରେ ଉଭୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏବେ ପୁଣି ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଗାଡ଼ି ନମ୍ବର ଆଧାରରେ ଉଭୟଙ୍କୁ ଖୋଜିବାରେ ଲାଗି ପଡ଼ିଛି। ପୋଲିସ ସୂଚନା ଅନୁସାରେ, ବାଇକ୍‌ର ନମ୍ବର ଟ୍ରାସ୍‌ ହେବା କ୍ଷଣି କପଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.