ଯୌତୁକ ପାଇଁ ବଧୂ ହତ୍ୟା: ଶାଶୁ ଘର ଲୋକ ମାରି ଟାଙ୍ଗିଦେଥିବା ନେଇ ଅଭିଯୋଗ

ଯୌତୁକ ପାଇଁ ବଧୂ ହତ୍ୟା। ବାପ ଘରୁ ଅଧିକ ଯୌତୁକ ଦାବିକରି ବଧୂକୁ ତାର ଶାଶୁ ଘର ଲୋକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଟାଙ୍ଗିଦେଥିବା ନେଇ ଅଭିଯୋଗ

କଟକ (କେନ୍ୟୁଜ): ଯୌତୁକ ପାଇଁ ବଧୂ ହତ୍ୟା। ବାପ ଘରୁ ଅଧିକ ଯୌତୁକ ଦାବିକରି ଜଣେ ବଧୂକୁ ତାର ଶାଶୁ ଘର ଲୋକ ବିଭିନ୍ନ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଟାଙ୍ଗିଦେଥିବା ନେଇ ଅଭିଯୋଗ ହୋଇଛି ।

କଟକ ଜିଲ୍ଲା ଭଦ୍ରେଶ୍ଵର ଥାନା ଗୋପାଳପୁର ଗ୍ରାମର ସୁନିଲ ପ୍ରଧାନଙ୍କ ପୁଅ ରଞ୍ଜନଙ୍କୁ ୨୦୨୦ ମସିହାରେ ଏହି ଥାନା ଅନ୍ତର୍ଗତ ଏରକଣା ଗ୍ରାମର ସୁନାକର ନାୟକଙ୍କ ଝିଅ ଲିଜାମ୍ବିନିଙ୍କୁ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଓ ପୁତ୍ର ସନ୍ତାନ ଜନ୍ମ କରିବା ଦାବୀ କରି ଲିଜାକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା। ଆଜି ତାକୁ ତାର ସ୍ବାମୀ, ଶାଶୁ ଓ ନଣନ୍ଦ ମିଶି ହତ୍ୟା କରିବା ପରେ ରଶି ଲଗାଇ ଟାଙ୍ଗୀ ଦେଇଥିବା ନେଇ ମୃତ ଲିଜାର ବାପା ସୁନାକର ଭଦ୍ରେଶ୍ଵର୍ ଥାନାରେ ଅଭିଯୋଗ କରିଛନ୍ତି। ଲିଜା ନିଜେ ଆତ୍ମ ହତ୍ୟା କରିଥିବା ନେଇ ଶାଶୁ ଘର ଲୋକ କହିଛନ୍ତି। ଅଭିଯୋଗ ଗ୍ରହଣ କରି ପୋଲିସ ତଦନ୍ତ ଚଳାଇଛି।