ଦଳୀୟ ନାମ ଏବଂ ନିର୍ବାଚନୀ ଚିହ୍ନ ନେବା ପରେ ଉଦ୍ଧବ ଗୋଷ୍ଠୀଙ୍କ ସଂସଦ ଅଫିସକୁ ସିନ୍ଦେ ଗୋଷ୍ଠୀ ଦିଆଗଲା
ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ପୁଣି ଏକ ଝଟକା, ଉଦ୍ଧବଙ୍କ ସଂସଦ ଅଫିସକୁ ସିନ୍ଦେ ଗୋଷ୍ଠୀକୁ ଦିଆଗଲା । ଦଳୀୟ ନାମ ଏବଂ ନିର୍ବାଚନୀ ଚିହ୍ନ ସିନ୍ଦେ ଗୋଷ୍ଠୀକୁ ଦିଆଯିବା ପରେ ଉଦ୍ଧବଙ୍କ ସଂସଦଙ୍କ ଅଫିସ ମଧ୍ୟ ହାତରୁ ଗଲା ।
ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ପୁଣି ଏକ ଝଟକା । ନିର୍ବାଚନ କମିଶନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ନୂଆ ନାମ ଏବଂ ଚିହ୍ନ ଦେବା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି। ପାର୍ଟିର ନାମ ଏବଂ ନିର୍ବାଚନୀ ଚିହ୍ନ ପରେ ସଂସଦ ଭିତରେ ଥିବା ଶିବସେନା ଅଫିସକୁ ମଧ୍ୟ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ମିଳିଛି । ଏହି ଅଫିସରେ ଉଦ୍ଧବ ଠାକରେ ନୁହେଁ ବରଂ ଏକନାଥ ଗୋଷ୍ଠୀଙ୍କର ଅଧିକାର ରହିବ ।
ଏ ସମ୍ପର୍କରେ ଲୋକସଭା ସଚିବ ସୂଚନା ଦେଇଛନ୍ତି। ଯେହେତୁ ଶିବସେନାର ନାଁ ଓ ଦଳୀୟ ଚିହ୍ନ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି, ତେଣୁ ସଂସଦର ଅଫିସ ମଧ୍ୟ ସେହି ଅନୁସାରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଦଳର ନାଁ ଓ ଚିହ୍ନ ମିଳିଥିବାରୁ ଏହାକୁ ପ୍ରଦର୍ଶନ କରି କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିବେ । ବୈଠକ ବିଧାୟକ, ସାଂସଦ ଏବଂ ଶିବସେନା ଏବଂ ଅନ୍ୟ ନେତା ଯୋଗଦେବେ । ଆଗାମୀ ରଣନୀତି ସିନ୍ଦେଙ୍କ ଶିବସେନା ଏହି ବୈଠକରେ ପ୍ରସ୍ତୁତ କରିବ। ଏଥିସହ ନୂଆ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇ ବିଭିନ୍ନ ନେତାଙ୍କୁ ଦାୟିତ୍ୱ ବଣ୍ଟା ଯିବ। ଏହାପୂର୍ବରୁ ମୁମ୍ବାଇର ବିଧାନସଭାରେ ସିନ୍ଦେ ଗୋଷ୍ଠୀ ଶିବସେନାର ଅଫିସ ଉପରେ କବଜା କରିଥିଲେ ।
ସୂଚନାଯୋଗ୍ୟ, ନିର୍ବାଚନ କମିଶନ ଏକନାଥ ସିନ୍ଦେ ସରକାରଙ୍କୁ ନୂଆ ଚିହ୍ନ ଏବଂ ଦଳ ନାମ ଦେବା ପରେ ଶିବସେନା ଗୋଷ୍ଠୀ ମଧ୍ୟରେ ହଡକମ୍ପ ଦେଖାଦେଇଛି । ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶକ୍ତ ଝଟକା ଲାଗିଛି। ଶିବସେନା ସଭାପତି ଉଦ୍ଧବ ଠାକରେ ଶନିବାର ସମର୍ଥକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ଠାକରେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଏଭଳି ଝଟ୍କା କେବେ କୌଣସି ଦଳକୁ ଲାଗିନି। ଯଦି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବୁଛନ୍ତି ଯେ, ସେମାନଙ୍କ ଦ୍ବାରା ଦାସ ଭଳି ପରିଚାଳିତ କିଛି ସରକାରୀ ସଂସ୍ଥା ଶିବସେନାକୁ ଶେଷ କରିଦେବେ ତେବେ ଏହା ସମ୍ଭବ ନୁହେଁ। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି।