ବିଡ଼ିଓଙ୍କ ଗାଡି ଧକ୍କାରେ ବାଇକ ଆରୋହୀ ମୃତ: ଚାଳକ ଅଟକ

ବିଡ଼ିଓଙ୍କ ଗାଡି ଧକ୍କାରେ ବାଇକ ଆରୋହୀ ମୃତ। ପୋଲିସ ଗାଡିଟିକୁ ଥାନାରେ ରଖିବା ସହ ଚାଳକଙ୍କୁ ଅଟକ ରଖିଛି ।

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପୁଡୁଣି ଛକ ନିକଟରେ ବିଡ଼ିଓଙ୍କ ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଟି.ପ୍ରଭାକର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଟି.ପ୍ରଭାକର ବାଇକରେ ଯାଉଥିବା ବେଳେ ମୋହନା ବିଡିଓ ସରକାରୀ କାମରେ ପାରଳାଖେମୁଣ୍ଡି ଆସୁଥିଲେ । ତାଙ୍କ ଗାଡି ଧକ୍କାରେ ଟି.ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଅନ୍ୟପଟେ ମୋହନା ବିଡିଓ ଦୁର୍ଘଟଣା ଘଟିବା ପରେ ଗାଡିକୁ ନ ରଖି ଚାଲିଆସିଥିବା ବେଳେ ପୋଲିସ ଗାଡିଟିକୁ ଥାନାରେ ରଖିବା ସହ ଚାଳକଙ୍କୁ ଅଟକ ରଖିଛି । ମୃତ ଟି.ପ୍ରଭାକରଙ୍କ ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ହେବ ବୋଲି ପୋଲିସ କହିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.