SBI ଜାରି କଲା ସତର୍କତା: ୩୧ ମଇ ମଧ୍ୟରେ କରିଦିଅନ୍ତି ଏହିକାମ, ନଚେତ ଫ୍ରିଜ୍ ହୋଇଯିବ ଆକାଉଣ୍ଟ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଶନିବାର ଦିନ ନୂଆ ନୋଟିଫିକେଶନ ଜାରି କରିଛି। ଏହି ନୋଟିଫିକେଶନରେ ସମସ୍ତ ଖାତାଧାରକଙ୍କୁ KYC ଅପଡେଟ୍ କରିବାକୁ କୁହାଯାଇଛି। ଯେଉଁମାନେ KYC ଅପଡେଟ୍ କରିବେ ନାହିଁ ସେମାନଙ୍କର ବ୍ୟାଙ୍କିଂ ସେବା ବନ୍ଦ କରିଦିଆଯିବ।

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ଵିଟ୍ କରି କହିଛି ଯେ, ଗ୍ରାହକମାନଙ୍କୁ ବ୍ୟାଙ୍କିଂ ସେବା ଜାରି ରଖିବା ପାଇଁ ମେ ୩୧ ସୁଦ୍ଧା KYC ଅପଡେଟ୍ କରିବାକୁ ପଡିବ। ଏଥିପାଇଁ ଗ୍ରାହକମାନେ KYC ଡକ୍ୟୁମେଣ୍ଟ ନେଇ ହୋମ ବ୍ରାଞ୍ଚ କିମ୍ବା ନିକଟତମ ଶାଖାରେ ଜମା କରିବେ। କରୋନା ପାଇଁ ମେ ୩୧ ଯାଏଁ ସମୟସୀମା ବୃଦ୍ଧି କରାଯାଇଛି। ଯେଉଁ ଖାତାଧାରକ KYC ଅପଡେଟ୍ କରିବେ ନାହିଁ ସେମାନଙ୍କ ଖାତା ଫ୍ରିଜ୍ ହୋଇଯିବ।

ଯେଉଁ ଲୋକମାନେ କରୋନା ମହାମାରୀ ପାଇଁ ବ୍ୟାଙ୍କ ଯିବାକୁ ଚାହୁଁ ନାହାଁନ୍ତି ସେମାନଙ୍କ ପାଇଁ ଏସବିଆଇ ପୋଷ୍ଟ କିମ୍ଵା ଇମେଲ ଅପ୍ସନ ରଖିଛି। ଅର୍ଥାତ୍ ଖାତାଧାରକ ବ୍ୟାଙ୍କକୁ ନଯାଇ ନିଜ ଡକ୍ୟୁମେଣ୍ଟ ଜମା କରିପାରିବେ। ତେବେ ଆକାଉଣ୍ଟ ସହ KYC ଅପଡେଟ୍ ହୋଇଗଲେ ମେସେଜ ମାଧ୍ୟମରେ ସୂଚିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.