Viର ନ୍ୟୁ ଇୟର ଅଫର, ଗ୍ରାହକଙ୍କୁ ଦେଉଛି ୫୦GB ମାଗଣା ଡାଟା

ଯଦି ଆପଣ ଜଣେ ଭୋଡାଫୋନ ଆଇଡ଼ିଆ ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ନିଜ ୟୁଜର ମାନଙ୍କୁ ୫୦ ଜିବି ପର୍ଯ୍ୟନ୍ତର ଅତିରିକ୍ତ ଡାଟା ଦେବାକୁ ଘୋଷଣା କରିଛି କମ୍ପାନୀ । କିନ୍ତୁ ସୁବିଧା ସବୁ ୟୁଜର ମାନଙ୍କ ପାଇଁ ନୁହେଁ । ୧୪୯୯ ଟଙ୍କାର ପ୍ରିପେଡ଼ ପ୍ଲାନ ରିଚାର୍ଜ କରିଥିବା ୟୁଜର ମାନେ ହିଁ ଏହି ସୁବିଧା ପାଇପାରିବେ ବୋଲି ଜଣାଯାଇଛି । ତେବେ ଆସନ୍ତୁ ଏହି ପ୍ଲାନ ସହିତ ମିଳୁଥିବା ଖାସ ଅଫର ଗୁଡିକ ବାବଦରେ ଜାଣି ରଖିବା ।

କମ୍ପାନୀର ୧୪୯୯ ଟଙ୍କିଆ ପ୍ରି ପେଡ଼ ପ୍ଲାନରେ ସାଧାରଣତଃ ୨୪ ଜିବି ଡାଟା ମିଳୁଥିବା ବେଳେ କିନ୍ତୁ ନୂଆ ଅଫର ଅନୁଯାୟୀ ଏକ୍ସଟ୍ରା ୫୦ ଜିବି ଅତିରିକ୍ତ ଡାଟା ସୁବିଧା ମିଳିପାରିବ । ଫଳରେ ଗ୍ରାହକ ମାନେ ୭୪ ଜିବି ଡାଟା ସୁବିଧା ପାଇପାରିବେ । ଏହା ସହ ଗ୍ରାହକଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ଅନଲିମିଟେଡ଼ କଲିଙ୍ଗର ସୁବିଧା ବି ମିଳିବ । ଏହା ସହ ୩୬୦୦ SMS ପଠାଇ ପାରିବେ । ଏହି ପ୍ଲାନରେ ଆପଣଙ୍କୁ Vi ମ୍ୟୁଜିକ ସମେତ ଟିଭି ଆପର ସବସ୍କ୍ରିପସନ ମିଳିପାରିବ । Viର ଏହି ଅଫର ନାଁ Extra Data Offer ରଖାଯାଇଛି ।

vi plan

କହିରଖିବା ଉଚିତକି, Vi ତରଫରୁ ୩୯୯ ଟଙ୍କାର ଏକ “Digital Exclusive” ନାଁରେ ଏକ ପ୍ରି ପେଡ଼ ପ୍ଲାନ ଲଞ୍ଚ କରାଯାଇଛି । ଯେଉଁମାନେ ଅନଲାଇନ ଜରିଆରେ ସିମ ଅର୍ଡର କରୁଛନ୍ତି ସେମାନେ ବି ଏହି ସୁବିଧା ପାଇପାରିବେ । ଅନ୍ୟ କମ୍ପାନୀଙ୍କ ତୁଳନାରେ ଏହି ପ୍ଲାନ ଶସ୍ତା ବୋଲି ଜଣାଯାଇଛି । ଏଥିରେ ଗ୍ରାହକଙ୍କୁ ୫୬ ଦିନ ପର୍ଯ୍ୟନ୍ତର ବୈଧତା ମିଳୁଥିବା ବେଳେ ପ୍ରତିଦିନ ୧.୫ ଜିବି ଡାଟା ମିଳିପାରିବ । ଏହା ସହ ଅନ୍ୟ ନେଟୱର୍କ ଗୁଡିକୁ ପ୍ରତିଦିନ ୧୦୦ SMS ପଠାଇ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.