Below header

ନିୟମ ଉଲ୍ଲଂଘନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବା ପଡ଼ିଲା ମହଙ୍ଗା, ୪ ଏଏନଏମ ବହିଷ୍କୃତ

ପୁରୀ:ପୁରୀରେ  ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ଜାରି ହୋଇଛି। କୋଭିଡ୍ ନିୟମ କଡ଼ାକଡ଼ି କରାଯାଇଛି। ତଥାପି ସବୁ ନିୟମକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିବା ଠିକା ନିଯୁକ୍ତି ପାଇଥିବା ୪ ଏଏନଏମଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ଓ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ୪ଜଣ ଶ୍ରୀମନ୍ଦିର ସିଂହଦ୍ବାରରେ ଥର୍ମାଲ୍ ସ୍କ୍ରିନିଂ ଦାୟିତ୍ବରେ ଥିଲେ। ଗତ ୨୭ ତାରିଖରେ ଡ୍ୟୁଟିରେ ଥିବା ସମୟରେ କାହାରିକୁ କିଛି ନ କହି, ଶ୍ରୀମନ୍ଦିର ପ୍ରବେଶ କଟକଣା ଭାଙ୍ଗି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ୪ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.