ମେଡିକାଲ ଯିବାକୁ ଆଉ ଡରିବେନି ଛୁଆ, ବ୍ୟାଙ୍କକ୍ରେ ତିଆରି ହୋଇଛି ସୁଇମିଂ ପୁଲ, ବାଦଲ, ଇନଡୋର ପ୍ଲେଗ୍ରାଉଣ୍ଡ ଥିବା ହସପିଟାଲ୍

ଆପଣ ଛୋଟ ବେଳେ ଡାକ୍ତର କିମ୍ବା ଡାକ୍ତରଖାନା ନାଁ ଶୁଣିଲେ ଡରୁଥିବେ। ଡାକ୍ତରଖାନା ଗଲେ ଡାକ୍ତର ଇଂଜେକ୍ସନ ଦେବେ କିମ୍ବା ପିତା ମେଡିସିନ ଖାଇବାକୁ ପଡିବ। ଏଥିପାଇଁ ଅନେକ ପିଲା କାନ୍ଦନ୍ତି ଆଉ ହସପିଟାଲ ଯିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ପିଲାଙ୍କ ଏପରି ପ୍ରୋବ୍ଲେମର ସମାଧାନ କରିବା ପାଇଁ ଥାଇଲାଣ୍ଡରେ ବ୍ୟାଙ୍କକ୍ରେ ଏମିତି ଏକ ପିଲାଙ୍କ ହସପିଟାଲ ତିଆରି କରାଯାଇଛି, ଯାହା ଏକ ବଡ ଖେଳପଡିଆ ଭଳି। ଏହାର ନାମ EKH Children Hospital ରହିଛି। ଏଠାରେ ଇନଡୋର ପ୍ଲେଗ୍ରାଉଣ୍ଡ, କାନ୍ଥରେ ସୁନ୍ଦର ସୁନ୍ଦର କାର୍ଟୁନ, ବଡ ସ୍ଲାଇଡ ମଧ୍ୟରହିଛି। ସମସ୍ତ ୱେଟିଂ ଏରିଆରେ ଅଲଗା ଅଲଗା ପ୍ରକାରର ରଙ୍ଗ ବେରଙ୍ଗ ହୋଇଥିବା ବେଳେ ସବୁଠି ଅଲଗା ଆକାରର ଫର୍ନିଚର ଏବଂ ଖେଳନା ରଖାଯାଇଛି।
ଏଠାରେ ଇନଡୋର ସୁଇମିଂ ପୁଲରେ କୃତ୍ରିମ ବାଦଲ ବୁଲୁଥିବା ନଜର ଆସିଥାଏ। ହସପିଟାଲର ଡିଜାଇନ କରିଥିବା ଟିମ୍ କହିବାନୁଯାୟୀ, ହସପିଟାଲ ପିଲାଙ୍କ ପାଇଁ ଫ୍ରେଣ୍ଡଲୀ ହେବା ଜରୁରୀ ଥିଲା। ଏହାକୁ ତିଆରି କରିବା ପାଇଁ କେବେ ଠୁ ଯୋଜନା ମଧ୍ୟ ରହିଥିଲା। ପିଲା କିଭଳି ହସପିଟାଲ ଆସି ମସ୍ତି ଏବଂ ଖେଳିପାରିବେ, ସେପରି ଚିନ୍ତା କରି ଏହି ହସପିଟାଲର ଡିଜାଇନ କରାଯାଇଥିଲା।
ସବୁ ହସପିଟାଲକୁ ଗଲେ ଡାକ୍ତରଙ୍କ ସହିତ ସାକ୍ଷାତ କରିବାକୁ ପିଲା ହୁଅନ୍ତୁ ଅବା ଅଭିଭାବକଙ୍କୁ ଅପେକ୍ଷା କରିବାକୁ ପଡିଥାଏ। ଏହି ସମୟ ମଧ୍ୟରେ ପିଲାଙ୍କୁ ସମ୍ଭାଳିବା ମୁସ୍କିଲ ହୋଇପଡେ। ଏହାକୁ ଧ୍ୟାନରେ ରଖି ୱେଟିଂ ଲାଉଞ୍ଜର ଡିଜାଇନ କରାଯାଇଛି। ଯେଉଁଠି ଗୋଲ ଫର୍ନିଚର, ଓଭଲ ଲାଇଟିଂ ସହିତ କାନ୍ଥରେ ହାଲକା ରଙ୍ଗ ଦିଆଯାଇଛି। ଯାହା ପିଲାଙ୍କୁ ବେଶ ପସନ୍ଦ ଆସୁଛି।
ହସପିଟାଲର ମୁଖ୍ଯ ଦ୍ବାର କାଚରେ ତିଆରି ହୋଇଛି, ଯାହା ଫଳରେ ଭିତରର ଡିଜାଇନ ବାହାରକୁ ଦେଖିହେବ। ଏଠାରେ ଛୋଟ ଝିଅଙ୍କ ବାଥରୁମର ରଙ୍ଗ ବେବି ପିଙ୍ଗ ହୋଇଥିବା ବେଳେ ପୁଅଙ୍କ ବାଥରୁମ ରଙ୍ଗ ଲାଇଟ ୟୋଲୋ ରଖାଯାଇଛି। ହସପିଟାଲର ଯେଉଁଠି ପିଲାଙ୍କୁ ଚିକିତ୍ସା କରାଯାଏ, ସେଠାରେ ସଫ୍ଟ ଲାଇଟିଂର ବ୍ଯବସ୍ଥା ମଧ୍ୟ କରାଯାଇଛି। ହସପିଟାଲ ୬ ହଜାର ବର୍ଗମିଟର ଅଞ୍ଚଳରେ ରହିଛି। ଏହାକୁ ଇଣ୍ଟିଗ୍ରେଟେଡ ଫିଲ୍ଡ ନାମକ ଏକ ଆର୍କିଟେକ ଫାର୍ମ ତିଆରି କରିଛି।