VI (ଭୋଡାଫୋନ-ଆଇଡିଆ) ଆଣିଲା ୩୫୧ ଟଙ୍କିଆ ବଢ଼ିଆ ପ୍ଳାନ, ମିଳିବ ୧୦୦ଜିବି ହାଇ ସ୍ପିଡ୍‌ ଡାଟା

ଦେଶର ଦୁଇ ବଡ ଟେଲିକମ୍‌ କମ୍ପାନୀ ଭୋଡାଫୋନ ଏବଂ ଆଇଡିଆ ମିଶି ଉଭୟ ଏବେ ଭିଆଇ ହୋଇଯାଇଛନ୍ତି। ଅପରେଟର ପକ୍ଷରୁ ପୂର୍ବରୁ ମଧ୍ୟ ଅନେକ ଓ୍ଵାର୍କ-ଫର୍ମ-ହୋମ ପ୍ଲାନ ଅଫର କରାଯାଉଥିଲା। କିନ୍ତୁ ଏବେ ଭିଆଇ ପକ୍ଷରୁ ଆଉ ଏକ ୧୦୦ ଜିବି ହାଇ-ସ୍ପିଡ ଡାଟା ପ୍ଲାନ ଅଫର କରାଯାଉଛି। ପ୍ରିପେଡ ପୋର୍ଟଫେ ।ଲିଓରେ କମ୍ପାନୀ ନୂଆ ପ୍ଲାନ ଆଡ୍‌ କରିଛି ଏବଂ ଏହାକୁ ଅଫିସିଆଲ ସାଇଟରୁ ମଧ୍ୟ ଲିଷ୍ଟ କରିଦିଆଯାଇଛି।

VI ଏବେ ଦୁଇ ଓ୍ଵାର୍କ-ଫ୍ରମ-ହୋମ ପ୍ଲାନରେ ରିଚାର୍ଜ କରିବାର ଅପସନ୍‌ ୟୁଜର୍ସଙ୍କୁ ଦେଇଛି। My Viସେୟାର କରାଯାଇଥିବା ପ୍ଲାନ ଲିଷ୍ଟିଙ୍ଗ ମୁତାବକ ୩୫୧ ଟଙ୍କାର ଓ୍ଵାର୍କ-ଫ୍ରମ-ହୋମ ପ୍ଲାନ ୫୬ ଦିନର ଭ୍ୟାଲିଡିଟୀ ସହିତ ଆସୁଛି। ଏଥିରେ ୟୁଜର୍ସଙ୍କୁ ମୋଟ ୧୦୦ ଜିବି ହାଇ-ସ୍ପିଡ୍‌ ଡାଟା ଅଫର କରାଯାଉଛି। ଏବେ ପର୍ଯ୍ୟନ୍ତ ମିଳୁଥିବା ୨୫୧ ଟଙ୍କାର ଓ୍ଵାର୍କ-ଫ୍ରମ-ହୋମ ପ୍ଲାନ ମୁକାବିଲାରେ ଏଥିରେ ଡବଲ ବେନିଫିଟ୍ସ ମିଳୁଛି।

ଏହି ସର୍କଲରେ ୟୁଜର୍ସଙ୍କୁ ମିଳିବ ଲାଭ

viନୂଆ ୩୫୧ ଟଙ୍କା ବାଲା ଓ୍ଵାର୍କ-ଫ୍ରମ-ହୋମ ପ୍ଲାନରେ ଅନେକ ଆଟ୍ରାକଟିଭ୍‌ ଅଫର ରହିଛି। ଏଥିପାଇଁ କଷ୍ଟମର୍ସଙ୍କୁ ୧୦୦ ଟଙ୍କାରୁ ଅଧିକ ଟଙ୍କା ଦେବାକୁ ହେବ। ଯେଉଁ ୟୁଜର୍ସଙ୍କୁ ଅଧିକ ଡାଟା ଦରକାର ରହିଛି କିମ୍ବା ଯେଉଁମାନେ ଘରୁ କାମ କରୁଛନ୍ତି, ସେମାନଙ୍କ ପାଇଁ ୩୫୧ ଟଙ୍କାର ପ୍ଲାନ ବହୁତ ଭଲ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପ୍ରିପେଡ୍‌ ପ୍ଲାନ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କେରଳ ଏବଂ ମଧ୍ୟପ୍ରଦେଶ ସର୍କଲରେ ହିଁ ଅଫର କରାଯାଇଛି।

ଭୋଡାଫୋନ-ଆଇଡିଆ ଏବେ VI

VI ପକ୍ଷରୁ ୩୫୧ ଟଙ୍କା ବିଷିଷ୍ଟ ପ୍ଲାନ ଅନ୍ୟ ସବୁ ସର୍କଲରେ ମଧ୍ୟ ରୋଲଆଉଟ କରାଯାଇପାରେ। ଏବେ ବ୍ରାଣ୍ଡ ନିଜର ନୂଆ ପରିଚୟ ସହିତ ପ୍ଲାନ୍ସରେ ମଧ୍ୟ ପରିବର୍ତ୍ତନ କରିଛି। ଏହାଛଡା ଥାର୍ଡ ପାର୍ଟି ରିଚାର୍ଜ ପୋର୍ଟାଲ୍ସରେ ମଧ୍ୟ ବହୁତ ଜଲଦି ଏହି ନୂଆ ପ୍ଲାନର ଲିଷ୍ଟ ଜାରି ହୋଇଯିବ। ପୂର୍ବରୁ ମଧ୍ୟ ଭୋଡାଫୋନ-ଆଇଡିଆର ଉଭୟ ୟୁଜର୍ସକୁ ଏକା ଭଳି ପ୍ଲାନ୍ସ ମିଳୁଥିଲା ଏବଂ କମ୍ପାନୀ ଏକା ଭଳି ବେନିଫିଟ୍ସ ମଧ୍ୟ ଅଫର କରୁଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.