ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପୁଣି କାଳ ହେଲା ବର୍ଷ ୨୦୨୦। ଚଳିତ ବର୍ଷ ପୁଣି ଦେଲା ଓଲିଉଡ୍‌ ଜଗତକୁ ଝଟକା। ଆଉ ନାହାନ୍ତି ଓଲିଉଡର ବର୍ଷିୟାନ ଅଭିନେତା ଅଜିତ ଦାଶ। ୭୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ଖବର ବିଷୟରେ ତାଙ୍କର ଜଣେ ସମ୍ପର୍କୀୟ ସୂଚନା ଦେଇଛନ୍ତି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସେ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କୋଭିଡ ସହିତ ଅନ୍ୟାନ୍ୟ ରୋଗ ପାଇଁ ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।

ajeet1ପ୍ରାୟ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅଜିତ ଦାଶ। ‘ସିନ୍ଦୂରବିନ୍ଦୁ’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ‘ହାକିମ ବାବୁ’, ମା’, ‘ତୁଣ୍ଡବାଇଦ’ ଆଦିରେ ନିଖୁଣ ଅଭିନୟ କରିଛନ୍ତି ଅଜିତ। ନାଟକରେ ମଧ୍ୟ ତାଙ୍କ ଅଭିନୟ ଏବଂ ନିର୍ଦ୍ଦେଶନାର ଜାଦୁ ଦେଖିବାକୁ ମିଳେ। ଏନଏସଡିରୁ ଅଭିନୟର ଶିକ୍ଷା ଗ୍ରହଣ କରିଥିଲେ ଅଜିତ।

 

Leave A Reply

Your email address will not be published.