ନବରଙ୍ଗପୁର: ଝରିଗାଁରେ କିସ୍‌ ଛାତ୍ରଛାତ୍ରୀଙ୍କୁ ବଣ୍ଟା ଗଲା ଶୁଖିଲା ଖାଦ୍ୟ ଓ ପୋଷାକ

ନବରଙ୍ଗପୁର( କେ ନ୍ୟୁଜ): ନବରଙ୍ଗପୁର ଝରିଗାଁରେ କିସ୍‌ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପୋଷାକ ବଣ୍ଟନ । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ କିସ୍‌ ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଶୁଖିଲା ଖାଦ୍ୟ ଓ ପୋଷାକ ବଣ୍ଟା ଯାଇଛି । କରୋନା ମହାମାରୀ ପାଇଁ କିସ୍‌ ଛାତ୍ରଛାତ୍ରୀ ଯେପରି ଉତ୍ତମ ଖାଦ୍ୟ ଖାଇ ପାରିବେ ଓ ପାଠପଢାରେ କୌଣସି ସମସ୍ୟା ନ ହେବ ସେନେଇ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଚୁଡ଼ା, ତିନି, ବିସ୍କୁଟ, ଡାଲି ଓ ପୋଷାକ ବଣ୍ଟନ କରାଯାଇଛି । ଏପରି ପଦକ୍ଷେପକୁ କିସ୍‌ର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.