‘କୁଛ କୁଛ ହୋତା ହୈ’ କଳାକାର ହିମାନୀଙ୍କୁ କରୋନା, ସୋସିଆଲ ମିଡିଆରେ ନିଜେ ଦେଲେ ସୂଚନା

ଲୋକପ୍ରିୟ ବଲିଉଡ୍‌ କଳାକାର ହିମାନୀ ଶିବପୁରୀଙ୍କୁ କରୋନା। କୋଭିଡ୍‌ ପଜିଟିଭ୍‌ ଥିବା ନେଇ ହିମାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ହିମାନୀ ଏବେ ଲୋକପ୍ରିୟ ଟିଭି ସିରିୟଲ ‘ହପ୍ପୁ କି ଉଲଟନ୍‌ ପଲଟନ୍‌’ରେ ଅଭିନୟ କରୁଛନ୍ତି। ସେ ଶେଷ ଥର ପାଇଁ ସେପ୍ଟେମ୍ବର ୯ ତାରିଖରେ ସିରିୟଲ ସୁଟିଂ କରିଥିଲେ।

ହିମାନୀ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇ ଲେଖିଛନ୍ତି ‘ଶୁଭ ସକାଳରେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛି ଯେ ମୋ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ପରୀକ୍ଷା କରି ନେବାକୁ ଅନୁରୋଧ’।

୧୯୮୪ ମସିହାରେ ଆସିଥିବା ଫିଲ୍ମ ‘ଅବ ଆଏଗା ମଜା’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ସୁରଜ କା ସାତବା ଘୋଡ଼ା, ହମ୍‌ ଆପକେ ହେ କୌନ୍‌, ହମ୍‌ ସାଥ୍‌ ସାଥ୍‌ ହେ, କଭି ଖୁସି କଭି ଗମ୍‌ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.