Below header

Vodafoneର ୧୦୦ ଟଙ୍କାରୁ କମ୍‌ ଦାମର ପ୍ଲାନ, ଯେଉଁଥିରେ ଅନଲିମିଟେଡ୍‌ କଲିଙ୍ଗ୍‌ ସହିତ ମିଳିବ ୧GB ଡାଟା

ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ ନିଜର ବେଷ୍ଟ ସୁବିଧା ଯୋଗାଇଦେବା ପାଇଁ ଲଗାତାର ନୂଆ ନୂଆ ଟାରିଫ୍ ପ୍ଲାନ ଲଞ୍ଚ କରୁଛି। ଏହି ପରିପ୍ରେକ୍ଷକ୍ଷୀରେ ଭୋଡାଫୋନ ଗ୍ରାହକଙ୍କ ପାଇଁ ଦୁଇ ନୂଆ ପ୍ଲାନ ଲଞ୍ଚ କରିଛି ଯାହା ୧୦୦ ଟଙ୍କାରୁ କମ୍ ଅଟେ। ଏହି ଦୁଇ ପ୍ଲାନରେ ଫ୍ରି ଅନଲିମିଟେଡ୍ କଲିଙ୍ଗ ସହିତ ଡାଟା ବେନିଫିଟ୍ ମଧ୍ୟ ମିଳିବ।

ଭୋଡାଫୋନର ୯୯ ଟଙ୍କା ପ୍ଲାନ୍

ଶହେ ଟଙ୍କାରୁ କମ୍ ଦାମ ଥିବା ଏହି ପ୍ଲାନରେ ୟୁଜର୍ସଙ୍କୁ ୧୮ ଦିନର ଭ୍ୟାଲିଡଟୀ ମିଳିବ। ଏହି ପ୍ଲାନରେ ସବୁ ନେଟଓ୍ଵାର୍କକୁ ଫ୍ରି କଲିଂ ସହିତ ପ୍ରତିଦିନ ୧୦୦ ଫ୍ରୀ ଏସଏମଏସ ମଧ୍ୟ ମିଳିବ। ଏହି ପୂରା ପ୍ରକ୍ରିୟା ସହିତ ଆପଣଙ୍କୁ ୧ ଜିବି ଡାଟା ମଧ୍ୟ ମିଳିବ। ଏହାଛଡା ଭୋଡାଫୋନ ପ୍ଲେ କମ୍ପିମେଣ୍ଟ୍ରୀ ସବସ୍କ୍ରିପସନ ସହିତ ୯୯୯ ଟଙ୍କାର ZEE5 ସବସ୍କ୍ରିପସନ ମଧ୍ୟ ମିଳୁଛି। ଭୋଡାଫୋନର ଏହି ନୂଆ ପ୍ଲାନ ଏବେ କୋଲକାତା, ଓଡିଶା, ରାଜସ୍ଥାନ, ତାମିଲନାଡୁ, ପୂର୍ବ ଏବଂ ପଶ୍ଚିମ ୟୁପି ସହିତ ପଶ୍ଚିମବଙ୍ଗରେ ମଧ୍ୟ ଉପଲବ୍ଧ।

vodafoneଭୋଡାଫୋନ ୫୫୫ ଟଙ୍କା ପ୍ଲାନ୍‌ 

ଭୋଡାଫୋନର ଏହି ପ୍ଲାନରେ ୟୁଜର୍ସଙ୍କୁ ୭୦ ଦିନର ବୈଧତା ଏବଂ କୌଣସି ବି ନେଟଓ୍ଵାର୍କରେ ଅନଲିମିଟେଡ କଲିଂର ସୁବିଧା ମଧ୍ୟ ମିଳିବ। ଏହାସହିତ ଏଥିରେ ୧.୫ ଜିବି ଡାଟା ଏବଂ ୧୦୦ ଫ୍ରୀ ଏସଏମଏସ ମିଳିବ। ଏହି ପ୍ଲାନରେ ମିଳୁଥିବା ଅତିରିକ୍ତ ଫାଇଦାରେ ଭୋଡାଫୋନ ପ୍ଲେ ଏବଂ ଜି୫ର ଫ୍ରୀ ସବସ୍କ୍ରିପସନ୍ ଦିଆଯାଉଛି। ଭୋଡାଫୋନର ଏହି ପ୍ଲାନ ଏବେ କେବୁଲ ମୁମ୍ବାଇରେ ହିଁ ଉପଲବ୍ଧ।
ରିପୋର୍ଟ ଅନୂଯାୟୀ ୯୯ ଟଙ୍କାର ଏହି ପ୍ଲାନ ୧୪୯ ଟଙ୍କା ପ୍ଲାନ ଭଳି ଅଟେ। କେବଳ ଏହାର ବୈଧତା ସମୟରେ ପାର୍ଥକ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.