ବିବାହକୁ ନେଇ ଖୁଲାସା କଲେ ଆଦିତ୍ୟ, ଏହି ଅଭିନେତ୍ରୀଙ୍କ ସହ କରୁଥିଲେ ଡେଟ୍‌

ଆସିକ୍‌ ଫିଲ୍ମରେ ନିଜର ଦମଦାର୍‌ ଆକ୍ଟିଂ ପରେ ଲୋକଙ୍କ ମନରେ ଛାଇ ଯାଇଛନ୍ତି ଅଭିନେତା ଆଦିତ୍ୟ ରୟ କପୁର। ଏବେ ଆଦିତ୍ୟ ଆଉ ଏକ ନୂଆ ହିଟ୍‌ ଫିଲ୍ମର ପ୍ରତୀକ୍ଷା କରିଛନ୍ତି କାରଣ ସେ ଯେପରି ପୁଣି ଥରେ ବଲିଉଡରେ ଏଣ୍ଟ୍ରି କରିପାରିବେ। ତାଙ୍କର ପୂର୍ବ ଫିଲ୍ମ ‘କଲଙ୍କ’ ସମ୍ପୁର୍ଣ୍ଣ ଫ୍ଲପ୍‌ ହୋଇଥିଲା। ଏହି ସମୟରେ ଆଦିତ୍ୟ ନିଜର ଫିଲ୍ମ ପାଇଁ ନୁହେଁ ବରଂ ନିଜର ପର୍ସନାଲ ଲାଇଫ୍‌କୁ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ରିପୋର୍ଟ ଅନ୍ୟପଠେଟ ଚଳିତ ବର୍ଷ ଆଦିତ୍ୟ ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି।

aditya-divaସୂଚନା ମୁତାବକ ଆଦିତ୍ୟ ମଡେଲ୍‌ ଡିଭା ଧଓ୍ଵନଙ୍କ ସହ ଡେଟ୍‌ କରୁଛନ୍ତି। ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି ମତେ ନେଇ ମିଡିଆରେ ଅନେକ ମିଥ୍ୟା ଖବର ଚର୍ଚ୍ଚା ଚାଲିଛି ଯେ ମୋ ମା’ ଦିନେ ମତେ ଫୋନ କରି ପଚାରିଲେ ପୁରା ଘଟଣା କଣ? ଏହା ପୂର୍ବରୁ ସେ କଫି ଓ୍ଵିଥ୍‌ କରଣରେ ମଧ୍ୟ କହିସାରିଛନ୍ତି ଡିଭା ବହୁତ ଭଲ ଝିଅ ଏବଂ ସେ ତାଙ୍କୁ ପୁରୁଣା ସାଙ୍ଗ ମଧ୍ୟ। ଦୁଇଜଣଙ୍କ ସାକ୍ଷାତ ଏକ ଫ୍ୟାସନ ଶୋ’ ଜରିଆରେ ହୋଇଥିଲା। ଯାହାପରେ ଦୁଇ ଜଣମିଶି ଏକ ଫେମସ୍‌ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ, ଯେଉଁଠି ମିଡିଆ ଏବଂ ଲେଶକମାନେ ମିଶି ତାଙ୍କର କିଛି ଫଟୋ ଉଠାଇଥିଲେ। ଯାହାପରେ ଆଦିତ୍ୟ କହିଥିଲେ ତାଙ୍କର ବିବାହ କରିବାକୁ ଏବେ କିଛି ପ୍ଲାନ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.