ଏବେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସିବାର ନାହିଁ ଆବଶ୍ୟକ, ବହୁତ ଜଲଦି ଆସୁଛି ଆକାଶରେ ଉଡୁଥିବା ମୋଟରସାଇକେଲ

ଏବେ ଆପଣଙ୍କୁ ଟ୍ରାଫିକ ଜାମରେ ଫସିବାର ନାହିଁ ଆବଶ୍ୟକତା। କାହିଁକିନା ବହୁତ ଜଲଦି ଆକାଶରେ ଉଡିବାକୁ ଯାଉଛି ଦୁନିଆର ପ୍ରଥମ ମୋଟରସାଇକେଲ। ଆଗାମୀ ଦିନରେ ଆପଣ ଆକାଶରେ ବାଇକ ଚଲାଉଥିବେ। ହଁ ଆଗକୁ ଆପଣ ବାଇକକୁ ଆକାଶରେ ହିଁ ଚଲାଇବେ। ଉଡନ୍ତା କାର ଭଳି ଏବେ ବାଇକ ଚାଲିବ ଆକାଶରେ। ତେବେ ପ୍ରାୟ ସମୟରେ ଉଡନ୍ତା ବାଇକକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। କିନ୍ତୁ ବର୍ତ୍ତମାନ ଦୁନିଆର ପ୍ରଥମ ଉଡନ୍ତା ବାଇକ ଆସିଯାଇଛି। ଜାପାନର ଏକ କମ୍ପାନୀ AERQINS ଆସନ୍ତା ବର୍ଷ ୟୁଏସଏରେ ହୋଭରବାଇକ ବା ଉଡୁଥିବା ବାଇକକୁ ଲଞ୍ଜ୍‌ କରିବାକୁ ଯାଉଛି।

କଣ ଆପଣଙ୍କୁ ଜଣାଅଛି ମୁମ୍ବାଇରେ ଗୋଟେ ବର୍ଷରେ ଜଣେ ବ୍ୟକ୍ତିଙ୍କର ୨୦୯ ଘଣ୍ଟା ବର୍ବାଦ ହେଉଛି। ସେହିପରି ଦିଲ୍ଲୀରେ ୧୯୦ ଘଣ୍ଟା ଟ୍ରାଫିକରେ ବର୍ବାଦ୍‌ ହୋଇଯାଉଛି। ଯେତେବେଳେ ଆପଣ ଟ୍ରାଫିକରେ ଫସିକି ରହିଥାନ୍ତି ସେତେବେଳେ ଆପଣ କେବେ ନା କେବେ ନିଶ୍ଚୟ ତ ଭାବିଥିବେ ଯେ କାଶ୍‌ ଆପଣଙ୍କ ପାଖରେ ଏହି କାର ରହିଥାନ୍ତ କି। ଯାହାକୁ ଆପଣ ବିନା କୌଣସି ଟ୍ରାଫିକ ଆଉ ଚାଲାଣ ଠାରୁ ରକ୍ଷା ପାଇପାରିବେ। ତେବେ ଆପଣଙ୍କ ଏହି ସ୍ୱପ୍ନ ସତ ହେବାକୁ ଯାଉଛି। ନିକଟରେ ଆମେରିକାର ଏହି ଉଡନ୍ତା ବାଇକକୁ ଅଟୋ ଶୋରେ ପ୍ରଦର୍ଶନ କରାଯାଇଛି। ଏହି ଉଡୁଥିବା ବାଇକର ଭିଡିଓକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛନ୍ତି। ନ୍ୟୁଜ ଏଜେନ୍ସୀ ରାଇଟର୍ସ ଏହି ଭିଡିଓକୁ ଟ୍ଵିଟରରେ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ବାଇକରେ ବସି ଆକାଶରେ ଉଡୁଥିବା ଦେଖିବାକୁ ମିଳୁଛି।


ଏହି ବାଇକର ନାମ Xturismo ରଖାଯାଇଛି। Aerwins XTurismo ହୋଭରବାଇକରେ ଏକ ଡେଣା ଭଳି ଉପକରଣ ରହିଛି, ଯାହା ଉଡୁଥିବାବେଳେ ବେଶ୍‌ ସହାୟକ ହେବ। ଏଥିରେ ଅନେକ ପ୍ରୋପେଲରର ବ୍ୟବହାର କରି ଭୂମିର ଉପରେ ଉଡିଥାଏ। ଏହାର ଆଗରେ ଏବଂ ପଛରେ ଦୁଇଟି ବଡ ପ୍ରୋପେଲର ଲଗାଯାଇଛି ଏବଂ ଏଥିସହିତ ୪ଟି ଛୋଟ ପ୍ରୋପେଲର ଦିଆଯାଇଛି। ବଡ ଡେଣା ହୋଭରବାଇକକୁ ଲିଫ୍ଟ ପ୍ରଦାନ କରିଥାଏ, ସେହିପରି ଛୋଟ ଡେଣା ଷ୍ଟାବଲାଇଜର ଭଳି କାମ କରିଥାଏ।

Aerwins XTurismo ବାଇକରେ ୩.୭ ମିଟର (୧୪୬ ଇଞ୍ଚ୍‌) ଲମ୍ବ, ୨.୪ ମିଟର (୯୪.୫ ଇଞ୍ଚ୍‌) ଚଉଡା ଏବଂ ୧.୫ ମିଟର (୫୯ ଇଞ୍ଚ୍‌) ଉଚ୍ଚତା ରହିଛି। ଏହା ଆକାଶରେ ୩୦ ରୁ ୪୦ ମିନିଟ ପର୍ଯ୍ୟନ୍ତ ୯୭ କିଲୋମିଟର ପ୍ରତି ଘଣ୍ଟାର ଟପ୍‌ ସ୍ପିଡରେ ଚଲାଯାଇହେବ। ବାଇକର ଓଜନ ୩୦୦ କିଲୋଗ୍ରାମ ରହିଛି। ଏଥିରେ କାର୍ବନ ଫାଇବର ମ୍ୟାଟେରିଆଲର ବ୍ୟବହାର କରାଯାଇଛି। ଏହା ୧୦୦ କିଲୋଗ୍ରାମ ପେଲୋଡ କ୍ଷମତା ରଖିଥାଏ। ଏହି ବାଇକ ଜାପାନରେ ପ୍ରଥମରୁ ହିଁ ବିକ୍ରି ହେଉଛି ଏବଂ ଆସନ୍ତା ବର୍ଷ ଆମେରିକାରେ ବିକ୍ରି ହେବାକୁ ଯାଉଛି। ଏହି ଫ୍ଲାଇଙ୍ଗର ବାଇକର ଦାମ୍‌ ବିଷୟରେ ଆମେ ଯଦି କଥା ହେବା ତାହେଲେ ଏହାର ଦାମ୍‌ ପ୍ରାୟ ୬.୧୯ କୋଟି ରଖାଯାଇଛି। କଣ ଆପଣଙ୍କୁ ପସନ୍ଦ ଆସିଲା କି ନାହିଁ ଏହି ବାଇକ। ଆକାଶରେ ପୁଣି ବାଇକ ରାଇଡର ମଜା, ପସନ୍ଦ ତ ଆସିବ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.