Below header

Redmi 6Aର ଆଜି ସେଲ୍ , ମିଳିବ ୨ହଜାରରୁ ଅଧିକ ରିହାତି ଏବଂ ୧୦୦ଜିବି ମାଗଣା ଡାଟା

ନୂଆଦିଳ୍ଲୀ : ସାଓମିର ରେଡ଼ମି ୬ଏର ଆଜି ଅର୍ଥାତ୍ ଡିସେମ୍ବର ୨୪ରେ mi.com ଏବଂ amazonରେ ୧୨ଟା ସମୟରେ ବିକ୍ରି ଆରମ୍ଭ ହେବାକୁ ଯାଉଛି। କମ୍ପାନି ଏହି ଫୋନକୁ ସେପ୍ଟେମ୍ବରରେ ଲଞ୍ଚ କରିଥିବା ବେଳେ ଏଥିସହ ଲଞ୍ଚ କରିଥିଲା Redmi 6, Redmi 6 pro ଫୋନ୍। କମ୍ପାନି ଏହି ମୋବାଇଲ ମାନଙ୍କରେ ଖୁବ କମ ମୂଲ୍ୟରେ ଦମଦାର ଫିଚର ଦେଇଛି। ତେବେ ଆଜିର ସେଲରେ ଆପଣ ଭଲ ରିହାତି ପାଇବା ସହ ଡାଟା ମଧ୍ୟ ପାଇପାରିବେ।

redmi 6a

Redmi 6Aକୁ ଦୁଇଟି ଭାରିଏଣ୍ଟରେ ଲଞ୍ଚ କରାଯିବା ବେଳେ ଗୋଟିଏରେ ୨/୧୬ଜିବି ଏବଂ ଅନ୍ୟଟିରେ ୨/୩୨ଜିବି ରହିଛି। ଗୋଟିଏର ମୂଲ୍ୟ ୫,୯୯୯ଟଙ୍କା ରହିଥିବା ବେଳେ ଅନ୍ୟଟିର ୬,୯୯୯ ରହିଛି। ତେବେ ସାଓମିର ଅଫିସିଆଲ ୱେବସାଇଟରୁ ଏହାକୁ କିଣିବା ଦ୍ବାରା ଆପଣଙ୍କୁ ୨,୨୦୦ଟଙ୍କାର ପର‌୍ୟ୍ୟନ୍ତ କ୍ୟାସବ୍ୟାକ ଏବଂ ୧୦୦ଜିବି ଆଡ଼ିସନାଲ ଡ଼ାଟା ମିଳିବ। ଏହାଛଡ଼ା ଗ୍ରାହକଙ୍କୁ ଏହି ସେଲରେ ମୋବାଇଲ କିଣିବା ଦ୍ବାରା ୩ ମାସର ମାଗଣା Hungama Musicର ସବସ୍କିପସନ୍ ମିଳିବ।

amazonରେ ମଧ୍ୟ ସାଓମିର ଏହି ମୋବାଇଲ କିଣିବା ଦ୍ବାରା ୨,୨୦୦କ୍ୟାସବ୍ୟାକ୍ ଏବଂ HDFC କାର୍ଡ଼ରେ ୫ପ୍ରତିଶତ ଇନଷ୍ଟାଣ୍ଟ ରିହାତି ମିଳିବ।

xiaomi_redmi_6a

ଫିଚର :

ରେଡ଼ମି ୬ଏରେ ୫.୪୫ ଇଞ୍ଚର ଏଚଡ଼ି+ ଡ଼ିସପ୍ଲେ ରହିଛି। ଏହାର ପ୍ରୋସେସର ୧୨ଏନଏମ୍ କ୍ବାଡ଼କୋର ପ୍ରୋସେସର ରହଥିବା ବେଳେ ଏହାର ରିଅର କ୍ଯାମେରା ୧୨ ମେଗାପିକ୍ସଲ ରହିଛି। ମୋବାଇଲରେ ଆର୍ଟିଫିସିଆଲ ଫେସ ଅନଲକ୍ ସହ ୩୦୦୦ଏମଏଏଚ୍ ଫୁଲ ଡ଼ି ବ୍ଯାଟେରୀ ଦିଆଯାଇଛି। ଏହି ଫୋନର ଦୁଇଟି ବ୍ଯାରିଏଣ୍ଟ ରହିଛି। ୨/୧୬ ଜିବି ଷ୍ଟୋରେଜର ମୂଲ୍ଯ ୫୯୯୯ଟଙ୍କା ରହିଥିବା ବେଳେ ୨/୩୨ ଜିବି ଟୋରେଜର ମୂଲ୍ଯ ୬୯୯୯ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.