ଶୀତ ଦିନିଆ ରୋଗରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଖାଆନ୍ତୁ ଧନିଆ ପତ୍ର , ଜାଣନ୍ତୁ କଣ ରହିଛି ଏହାର ଗୁଣକାରୀ ଫାଇଦା

ଥଣ୍ଡା ଦିନେ ସବୁଜ ପନିପରିବାର ଚାହିଦା ବେଶ୍ ଅଧିକ ରହିଥାଏ। ଯାହାଫଳରେ ଲୋକମାନେ ବିଭିନ୍ନ ପ୍ରକାରର ପନିପରିବା, ଶାଗ  ଆଦି ଏହି ଋତୁରେ ଖାଇବା ପାଇଁ ଭଲପାଇଥାନ୍ତି । ଏହି ପରୀପେକ୍ଷିରେ ଧନିଆ ପତ୍ର ଏମିତି ଏକ ଶାଗ ଯାହାକୁ ଯେକୌଣସି ଖାଦ୍ଯରେ ପକାଇଲେ ତାହାର ସ୍ବାଦ ଅଧିକ ବଡିଯାଇଥାଏ । କିନ୍ତୁ ସବୁଠାରୁ ଅଧିକ ଥଣ୍ଡା ଦିନେ ଏହି ଧନିଆ ପତ୍ରକୁ ଖିଆଯାଇଥାଏ । ଏହାର ମୂଲ୍ଯ ମଧ୍ଯ ଏହି ଶୀତ ଦିନେ ଶସ୍ତା ଥାଏ । ଯଦି ଆପଣଙ୍କୁ ଶୀତ ଦିନେ ବିଭିନ୍ନ ପ୍ରକାରର ରୋଗ ହେଉଛି । ତେବେ ଆପଣ ଏହି ସବୁଜ ଧନିଆ ପତ୍ର ନିହାତୀ ଖାଆନ୍ତୁ । କାହିଁକି ନା ଶୀତ ଦିନେ ରୋଗରୁ ରକ୍ଷା କରିବା ପାଇଁ ଏହା ବେଶ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଧନିଆ ପତ୍ର ସମ୍ପର୍କରେ ଯାହା ଶୀତ ଦିନିଆ ରୋଗରୁ କିପରି ରକ୍ଷା କରିଥାଏ ।

3ସବୁଦିନ ଖାଆନ୍ତୁ ଧନିଆପତ୍ର :

ଶୀତ ଦିନେ ହେଉଥିବା ରୋଗରୁ ରକ୍ଷା ପାଇବା ପାଇଁ ଧନିଆ ପତ୍ର ବହୁତ ଲାଭଦାୟକ । ଏହି ଋତୁରେ ଯଦି ଆପଣ ଧନିଆ ପତ୍ର ଖାଉଛନ୍ତି ତେବେ ଆପଣଙ୍କ ଶରୀର ଥଣ୍ଡା ମୁକ୍ତ ରହିଥାଏ । ଏହାର ସେବନ ଆପଣ ବିଭିନ୍ନ ପରିବା, ସାଲାଡ୍ କିମ୍ବା ଚଟଣି ରୂପେ କରିପାରିବେ ।

2ଆସନ୍ତୁ ଜାଣିବେ ଶୀତ ଦିନେ ଧନିଆ ପତ୍ର ଖାଇବାର ଫାଇଦା ସମ୍ପର୍କରେ :

– ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’ ଭରପୂର ରହିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ୍ କରିବାରେ ସାହାର୍ଯ୍ଯ କରିଥାଏ ।

ଶୀତ ଦିନେ ବହୁତ ଭୋକ ଲାଗିଥାଏ ଏବଂ ଟେଷ୍ଟି ଫୁଡ୍ ଖାଇବାକୁ ଇଚ୍ଛା ହୋଇଥାଏ ଯାହା ଫଳରେ ପେଟ ସମ୍ବନ୍ଧୀୟ ସମସ୍ଯା ମଧ୍ଯ ଦେଖିବାକୁ ମିଳିଥାଏ । ଏହିପରି ସ୍ଥିତିରେ ପେଟ ସମ୍ବନ୍ଧୀୟ ସମସ୍ଯାରୁ ମୁକ୍ତି ପାଇବା ପାଇଁ ଧନିଆ ପତ୍ରର ଜୁସ୍ ସେବନ କରନ୍ତୁ ।

5ଯଦି ଆପଣଙ୍କର ପରିସ୍ରା ପୋଡା କିମ୍ବା ପରିସ୍ରା କରିବାରେ କୌଣସି ସମସ୍ଯା ଉପୁଯୁଛି ତେବେ ପ୍ରତିଦିନ ଧନିଆ ପତ୍ର ସେବନ କରିବା ଆବଶ୍ଯକ । ଏହାଦ୍ବାରା ଆପଣଙ୍କ ସମସ୍ଯା ଦୂର ହୋଇଯିବ ।

ସବୁଜ ଧନିଆ ପତ୍ରରେ ଭିଟାମିନ୍ ମାତ୍ରା ଭରପୂର ମିଳିଥାଏ ଯାହା ଗଣ୍ଠି ରୋଗ ପାଇଁ ବେଶ୍ ଫାଇଦା ସାବ୍ଯସ୍ତ ହୋଇଥାଏ ।

10ଧନିଆ ପତ୍ରକୁ କୌଣସି ରୂପରେ ସେବନ କରିବା ରୋଗୀଙ୍କ ପାଇଁ ଚମତ୍କାର ସାବ୍ଯସ୍ତ ହୋଇଥାଏ । କାରଣ ରକ୍ତରେ ଇନସୁଲିନ୍ ମାତ୍ରାକୁ ଏହା ନିୟନ୍ତ୍ରଣ  ରଖିଥାଏ ।

ପ୍ରାୟତଃ କିଛି ଲୋକଙ୍କ ମୁଣ୍ଡ ବୁଲାଇଥାଏ । ଏହି ବ୍ଯକ୍ତି ମାନେ ଅଁଳା ସହିତ ଧନିଆ ପତ୍ର ମିଶାଇ ଖାଇବା ଦରକାର ।  ଏହା ଶରୀରକୁ ବହୁତ ଶାନ୍ତି ପହଁଞ୍ଚାଇଥାଏ ଏବଂ ମୁଣ୍ଡ ବୁଲାଇବା ବନ୍ଦ ହୋଇଯାଇଥାଏ ।

8ସବୁଜ ଧନିଆର କଞ୍ଚା ପତ୍ର ଖାଇବା ଦ୍ବାରା ଯଦି ପାଟିରୁ କିମ୍ବା ନିଶ୍ବାସ ପ୍ରଶ୍ବାସ ନେବା ସମୟରେ ର୍ଦୁଗନ୍ଧ ଆସୁଥାଏ ସେଥିରୁ ସମ୍ପର୍ଣ୍ଣ ମୁକ୍ତି ମିଳିଥାଏ ।

ଯଦି ଆପଣଙ୍କୁ ଶୀତ ଦିନେ ରକ୍ତ ସମ୍ବନ୍ଧୀୟ କୌଣସି ସମସ୍ଯା ଦେଖାଯାଉଥାଏ ତେବେ ଏହି ଧନିଆ ପତ୍ରକୁ ଯେକୌଣସି ପ୍ରକାରରେ ଖାଇପାରିବେ । ଏପରି କରିବା ଦ୍ବାରା ଆପଣଙ୍କ ସମସ୍ଯା ଦୁର ହେବା ସହ ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.