Below header

ପୁରୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ , ସପରିବାର ଶ୍ରୀଜିଉଙ୍କୁ ଦର୍ଶନ କଲେ କେ. ଚନ୍ଦ୍ରଶେଖର ରାଓ

ପୁରୀ(କେନ୍ୟୁଜ୍) :  ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସପରିବାର ସହ ମହାପ୍ରଭୂଙ୍କ ପୂଜାର୍ଚ୍ଚନା କରିଛନ୍ତି କେସିଆର୍‌ । ଦ୍ୱିତୀୟ ଥର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଚନ୍ଦ୍ରଶେଖର ରାଓ । ମନ୍ଦିରରେ ପହଞ୍ଚିବା ପରେ ଜିଲ୍ଲାପାଳ ଓ ନୀତି ପ୍ରଶାସକ ତାଙ୍କୁ ସ୍ୱାଗତ କରିଥିଲେ। ଦର୍ଶନବେଳେ ଜିଲ୍ଲା , ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପୁରୀରୁ ଫେରି ସେ କୋଣାର୍କ ଯିବେ।

kcr-at-puri ଅପରାହ୍ନରେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ କେସିଆର । ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ସହ କାଳୀମନ୍ଦିର ଦର୍ଶନ କରିବେ । ପଶ୍ଚିମବଙ୍ଗରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ କେସିଆର । ବିଏସପି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି ।ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ କେସିଆର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.