Below header

Xiaomiର ବଡ଼ ଘୋଷଣା, Diwali with Mi ସେଲ୍‌ ଆୟୋଜନ କରିବାକୁ ଯାଉଛି କମ୍ପାନୀ

ଦୀପାବଳି ପାଇଁ ବଡ଼ ସେଲ୍‌ର ଘୋଷଣା କରିଛି ସାଓମି। ସାଓମି ବଡ଼ ଘୋଷଣା କରି କହିଛି ଯେ କମ୍ପାନୀ Diwali with Mi ର ଆୟୋଜନ କରିବାକୁ ଯାଉଛି। ଏହା ଅକ୍ଟୋବର ୧୬ରୁ Diwali with Mi ରେ ଆରମ୍ଭ ହେବ। ଏହି ସେଲ୍‌ରେ ଡାଇମଣ୍ଡ, ଗୋଲ୍ଡ ଓ ପ୍ଲାଟିନମ୍‌ ଭିଆଇପି ମେମ୍ବର୍ସଙ୍କୁ ଆଗୁଆ ଆକ୍ସେସ୍‌ ଦିଆଯିବ। ଅର୍ଥାତ୍‌ ୧୫ ଅକ୍ଟୋବରଠାରୁ ସେମାନେ ସେଲରେ ଅଂଶଗ୍ରହଣ କରିପାରିବେ। ଏଥିସହ ସେମାନଙ୍କୁ ଫ୍ରି ସିପିଂ ମଧ୍ୟ ମିଳିପାରେ ବୋଲି ଆଶା କରାଯାଉଛି।

ମିଳିବ ଏସବୁ ଅଫର:

ସାଓମି ମୁତାବକ, ବ୍ୟାଙ୍କ ଅଫ୍‌ ବରୋଦା କ୍ରେଡିଟ୍‌ କାର୍ଡ ଓ ଆକ୍ସିସ୍‌ ବ୍ୟାଙ୍କ କାର୍ଡ ମାଧ୍ୟମରେ କିଣାକିଣି କରୁଥିବା ଗ୍ରାହକଙ୍କୁ ୧ ହଜାର ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳିବ। ଏହି ସେଲ୍‌ ୬ ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ୨୧ ଅକ୍ଟୋବର ଯାଏଁ ଚାଲିବ। ଏହି ସେଲରେ ପଟାଖା ରନ୍‌ ଗେମ୍‌କୁ ଖେଳି ଆପଣ ଗିଫ୍ଟ ଜିତିପାରିବେ। ଆପଣଙ୍କୁ ୫୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଜିତିବାର ସୁଯୋଗ ମଧ୍ୟ ସେଲରେ ମିଳିବ। ୩୯୯ ଟଙ୍କା ଜାଗାରେ ୧୯୯ ଟଙ୍କାରେ ଓ୍ଵାରେଣ୍ଟିକୁ ଏକ୍ସଟେଣ୍ଡ କରିବା ସୁବିଧା ମିଳିବ।

mi

ଟଙ୍କାଏରେ ସ୍ମାର୍ଟଫୋନ୍‌ କିଣିବାର ମଉକା ମିଳିବ:

Diwali with Mi ରେ ଆପଣଙ୍କୁ ୧ଟଙ୍କାରେ ସ୍ମାର୍ଟଫୋନ୍‌ କିଣିବାର ସୁଯୋଗ ମିଳିବ। ଏ ଅବସରରେ ଆପଣ ୧୭ ହଜାର ଟଙ୍କିଆ ରେଡମି ନୋଟ୍‌ ୯ ପ୍ରୋ, ୧୪ ହଜାର ଟଙ୍କିଆ ଏମ୍‌ଆଇ ଟିଭି ୪ଏ ୩୨ ଇଞ୍ଚ୍‌ ହରାଇଜେଣ୍ଟଲ ଏଡିସନ୍‌ ଓ ଅନ୍ୟ ପ୍ରଡକ୍ଟକୁ ୧ ଟଙ୍କାରେ କିଣିବା ସୁଯୋଗ ମିଳିବ। ତେବେ ଏହା ଲକି ଡ୍ରରେ ହେବ କିମ୍ବା କୌଣସି ଗେମ୍‌ରେ ତାହା ଏବେ ଯାଏଁ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.