‘ଲକ୍ଷ୍ମୀ ବମ୍‌’ର ଟ୍ରେଲରକୁ ଧମାକେଦାର କହିଲେ ଟ୍ରାନ୍ସଜେଣ୍ଡର ଲକ୍ଷ୍ମୀ, ଜବାବରେ ଅକ୍ଷୟ କୁମାର କହିଲେ ଏମିତି କଥା

ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମରେ ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ ଅକ୍ଷୟ ଟ୍ରାନ୍ସଜେଣ୍ଡର କମ୍ୟୁନିଟିକୁ ଉପସ୍ଥାପନ କରୁଥିବା ଦେଖିବାକୁ ମିଳିବ। ଏହା ଦ୍ୱାରା ଟ୍ରାନ୍ସଜେଣ୍ଡର କମ୍ୟୁନିଟି ବି ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି। ଫିଲ୍ମର ଟ୍ରେଲର ଦେଖିବା ପରେ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ପାଇଁ କାମ କରୁଥିବା ସାମାଜିକ କର୍ମୀ ଲକ୍ଷ୍ମୀ ତ୍ରିପାଠୀ ଖୁସି ବ୍ୟକ୍ତ କରିଛନ୍ତି।

ଟ୍ରେଲର ଦେଖିବା ପରେ ଲକ୍ଷ୍ମୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ଲକ୍ଷ୍ମୀ କହିଛନ୍ତି ଏହି ଟ୍ରେଲରକୁ ସେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ। ଟ୍ରେଲରରେ ‘ଲକ୍ଷ୍ମୀ ବର୍ଷିବାକୁ ଆସିଛି’ ଶୁଣି ବେଶ୍‌ ଖୁସି ଲାଗୁଛି। ମୋ ନାଁ ବି ଲକ୍ଷ୍ମୀ। ବର୍ତ୍ତମାନ ସମୟରେ ଲକ୍ଷ୍ମୀଙ୍କର ଆବଶ୍ୟକତା ରହିଛି। ଲକ୍ଷ୍ମୀ ଅକ୍ଷୟ କୁମାର ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଦେଇ କହିଛନ୍ତି ସେ ସୁନ୍ଦର ଫିଲ୍ମ ତିଆରି କରିଛନ୍ତି।


ତେବେ ଲକ୍ଷ୍ମୀଙ୍କ ଏହି ଭିଡିଓରେ ନିଜେ ଅକ୍ଷୟ କୁମାର ମଧ୍ୟ ନିଜ ରିଆକ୍ସନ୍‌ ଦେଇଛନ୍ତି। ଅକ୍ଷୟ କହିଛନ୍ତି ‘ଆମ ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଜଣେ ଲକ୍ଷ୍ମୀଙ୍କ ତରଫରୁ ଆଉ ଜଣେ ଲକ୍ଷ୍ମୀଙ୍କୁ ଧନ୍ୟବାଦ। ଲକ୍ଷ୍ମୀଙ୍କ ନାଁ ସତରେ ବହୁତ ଖାସ୍‌। ଆପଣଙ୍କ ଭଲ ପାଇବା ପାଇଁ ଧନ୍ୟବାଦ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.