Below header

କର୍ମଚାରୀଙ୍କ ପାଇଁ “Microsoft” ଜାରି କଲା ନୂଆ ସୁବିଧା, ରିଟାୟାମେଣ୍ଟ ଯାଏଁ ଘରେ ରହି କରିପାରିବେ କାମ

ବିଶ୍ୱର ଅନ୍ୟତମ ଟେକ୍ନୋଲୋଜି କମ୍ପାନୀ “ମାଇକ୍ରୋସପ୍ଟ” ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିଛି । ଏଣିକି କମ୍ପାନୀର କର୍ମଚାରୀ ମାନେ ନିଜ ରିଟାୟାରମେଣ୍ଟ ଯାଏଁ ଘରୁ କାମ କରିପାରିବେ । କୌଣସି କର୍ମଚାରୀ ଘରୁ କାମ କରିବାକୁ ଚାହୁଁଥିଲେ ତାଙ୍କୁ କମ୍ପାନୀ ତରଫରୁ କୌଣସି ବିରୋଧ କରାଯିବ ନାହିଁ । କହିରଖିବା ଉଚିତ ହେବଯେ, ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ | କମ୍ପାନୀ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ,

ବର୍ତ୍ତମାନ ଜାରି ରହିଥିବା କରୋନା ମହାମାରୀ କାରଣରୁ ମାଇକ୍ରୋସପ୍ଟ କମ୍ପାନୀ କର୍ମଚାରୀଙ୍କ ପାଇଁ “Work from home ” ସୁବିଧା ଜାରି କରିଥିଲେ । ଆଉ ଏହି ସୁବିଧା ଆସନ୍ତା ବର୍ଷ ଅର୍ଥାତ 2021 ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ । ଅର୍ଥାତ ଏହି ଅବଧି ଯାଏଁ କମ୍ପାନୀ କାର୍ଯ୍ୟାଳୟ ମଧ୍ୟ ଖୋଲାଯିବ ନାହିଁ ।ଏନେଇ କମ୍ପାନୀ ପକ୍ଷରୁ କିଛି ନୂଆ ନିୟମ ମଧ୍ୟ ଜାରି କରାଯାଇଛି । ଘରୁ କାମ କରିବାକୁ ଚାହୁଁଥିବା କର୍ମଚାରୀଙ୍କୁ ନିଜ ଅଫିସ ସିଟ ଛାଡିବାକୁ ବାଧ୍ୟତା ମୂଳକ କରାଯଇଛି । ଆଉ ଘରୁ କାମ କରୁଥିବା କର୍ମୀଙ୍କ ଦରମା କିଛି ମାତ୍ରାରେ ହ୍ରାସ କରାଯିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.