Below header

ନବରାତ୍ରୀ ପୂର୍ବରୁ ଏହି ରାଶିରେ ପ୍ରବେଶ କରୁଛନ୍ତି ସୂର୍ଯ୍ୟ, ଏହିସବୁ ରାଶି ପାଇଁ ମଧ୍ୟ ହେବ ମଙ୍ଗଳକାରୀ

ଚଳିତବର୍ଷ ନବରାତ୍ରୀ ପୂର୍ବରୁ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରୁଛନ୍ତି। ୧୭ ଅକ୍ଟୋବରରୁ ସୂର୍ଯ୍ୟ କନ୍ୟା ରାଶିରୁ ତୁଳା ରାଶିରେ ପ୍ରବେଶ କରିବେ। ପୂର୍ବରୁ ମଳମାସରେ ସୂର୍ଯ୍ୟ ସେପ୍ଟେମ୍ବରରୁ କନ୍ୟା ରାଶରେ ପ୍ରବେଶ କରିଥିଲେ। ସୂର୍ଯ୍ୟଦେବ ଗୋଟେ ରାଶିରେ ଏକ ମାସ ରହିଥାନ୍ତି। ସୂର୍ଯ୍ୟଙ୍କ ଏହି ପ୍ରକାର ରାଶି ପରିବର୍ତ୍ତନକୁ ସୂର୍ଯ୍ୟ ସଂକ୍ରାନ୍ତି କୁହନ୍ତି। ନବରାତ୍ରୀ ପୂର୍ବରୁ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ ଶୁଭସଂଯୋଗ।ଏହାଯୋଗୁଁ ଅନେକ ରାଶିରେ ଭଲ ଫଳ ମିଳିଥାଏ। ସୂର୍ଯ୍ୟ ୧୭ ନଭେମ୍ବର ପର୍ଯ୍ୟନ୍ତ ତୁଳା ରାଶିରେ ରହିବେ। ତେବେ ଆସନ୍ତୁ ଜାଣିବା, ସୂର୍ଯ୍ୟଙ୍କ ଏହି ପ୍ରକାର ପରିବର୍ତ୍ତନ କେଉଁ ରାଶି ପାଇଁ ଲାଭ ହୋଇଥାଏ।

ବୃଷ ରାଶି: ବୃଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ପରିବର୍ତ୍ତନ ଭଲ ପରିଣାମ ଆଣିବ। ଏହି ରାଶିର ଲୋକ ଚାକିରି ଏବଂ ବାଣିଜ୍ୟରେ ସଫଳତା ମିଳିବ। ଆପଣଙ୍କୁ ଅନେକ ଶୁଭ ଖବର ମଧ୍ୟ ମିଳିପାରେ।

ମିଥୁନ ରାଶି: ମିଥୁନ ରାଶିର ଲୋକଙ୍କ ପାଇଁ ଅନେକ ସମସ୍ୟାର ସମାଧାନ ଆଣିବ। ଯଦି ଆପଣ କୌଣସି ରୋଗ ସମସ୍ୟା ରହିଥାଏ ତେବେ ଆପଣଙ୍କୁ ସ୍ୱାସ୍ଥ୍ୟଗତ ଲାଭ ମିଳିବ। ପରିବାରରେ ଖୁସି ଲାଗି ରହିବ ଏବଂ ଜୀବନସାଥୀଙ୍କ ସହିତ ବୁଲିବାର ସୁଯୋଗ ମିଳିବ।

rashi

କନ୍ୟା ରାଶି: ଏହି ରାଶିର ଲୋକ ଭଗବାନଙ୍କୁ ସ୍ମରଣ କରିବେ। ଯଦି ଆପଣ ଘର କିଣିବାକୁ ଚାହୁଁଛନ୍ତି ,ତବେ ଆପଣଙ୍କ ପାଇଁ ଏହା ଉଚିତ ସମୟ।

ଧନୁ ରାଶି: ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ପରିବର୍ତ୍ତନ ଅନେକ ଖୁସି ଆଣିବ। ସନ୍ତାନ ଜନିତ ସମସ୍ୟା ଦୂର ହେବ। ବିଜନେସରେ ମଧ୍ୟ ସଫଳତା ମିଳିବାର ଯୋଗ ରହିଛି।

ମକର ରାଶି: ମକର ରାଶିର ଲୋକଙ୍କ ପାଇଁ ଏହି ପରିବର୍ତ୍ତନ ମଙ୍ଗଳକାରୀ ହେବ। ଚାକିରି କ୍ଷେତ୍ରରେ ସାବଧାନତା ସହିତ କାମ କରନ୍ତୁ। ଆପଣଙ୍କ ପରିଶ୍ରମ ଅନୁଯାୟୀ ଫଳ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.