Below header

ଅଟଳ ପେନସନ ଯୋଜନାରେ ମାସକୁ ଜମା କରନ୍ତୁ ୪୨ ଟଙ୍କା, ରିଟାୟରମେଣ୍ଟ ପରେ ଆରାମରେ କଟିବ ବୃଦ୍ଧାବସ୍ଥା

ପ୍ରତ୍ୟେକ ଚାକିରିଆ ବ୍ୟକ୍ତି ରିଟାୟରମେଣ୍ଟ ପରେ ନିଜର ସ୍ୟୁକିରିଟ୍‌ କଥା ଚିନ୍ତା କରିବା ଜରୁରୀ ଅଟେ। ଏବେ କରୋନା ଭଳି ମହାମାରୀ ସମୟରେ ଆର୍ଥିକ ଭାବେ ଦୁର୍ବଳ ହେଉଥିବା ସ୍ଥିତିକୁ ଆପଣ ଅନୁଭବ କରିପାରୁଥିବେ। ତେଣୁ ଯେପର୍ଯ୍ୟନ୍ତ ଆପଣ ରୋଜଗାର କରୁଛନ୍ତି, ସେତିକି ବେଳେ ଏମିତି କିଛି ପ୍ଲାନ କରନ୍ତୁ, ଯାହା ଆପଣଙ୍କୁ ଭବିଷ୍ୟରେ ରିଟାୟରମେଣ୍ଟ ପରେ ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିପାରିବ। ଭବିଷ୍ୟତରେ ଯଦି କୌଣସି ମହାମାରୀ ଯୋଗୁଁ ରୋଜଗାର କରିବାର ପନ୍ଥା ବନ୍ଦ ହୋଇଯାଏ, ତେବେ ସେତେବେଳେ ମଧ୍ୟ ଏହା ଆପଣଙ୍କ ଆବଶ୍ୟକତାକୁ ପୂରଣ କରିପାରିବ।

Master

ଆପଣ ଅଟଳ ପେନସନ ଯୋଜନାରେ ମାସକୁ ମାତ୍ର ୪୨ ଟଙ୍କାର ପ୍ରିମିୟମ ଭରି ନିଜର ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିପାରିବେ। ଏହି ଯୋଜନାରେ ଦୁଇଟି ଫାଇଦା ରହିଛି। ଏହି ପେନସନ ଯୋଜନାରେ ପେନସନରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ୬୦ ବର୍ଷ ପରେ ଏକ ହଜାର ଟଙ୍କାରୁ ଆରମ୍ଭ କରି ୫ ଜହାର ଟଙ୍କା ପର୍ଯ୍ୟନ୍ତ ମାସକୁ ପେନସନ ମିଳିପାରେ। ଏହି ଯୋଜନାରେ ଟ୍ୟାକ୍ସ ବେନିଫିଟ ମଧ୍ୟ ମିଳିବ। ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ…

retire-1

– ୨୦୧୫ରେ ମୋଦି ସରକାର ଏହି ଅଟଳ ପେସନସ ଯୋଜନାର ଆରମ୍ଭ କରିଥିଲେ।

– ଏହି ଯୋଜନାକୁ ଅସଂଗଠିତ କ୍ଷେତ୍ର ଲୋକଙ୍କ ପାଇଁ କରାଯାଇଛି।

– ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଏଥିରେ ଖାତା ଖୋଲିପାରିବେ।

– ଅଟଳ ପେନସନ ଯୋଜନାରେ ନିବେଶ କରିବା ପରେ ଆପଣଙ୍କୁ ଇନକମ୍‌ ଟ୍ୟାକ୍ସରୁ ରିହାତି ମିଳିବ।

– ଟ୍ୟାକ୍ସ ବେନିଫିଟ ପାଇଁ ଜମା କରିଥିବା ରାଶିର ରସିଦ ଦେଖାଇବାକୁ ପଡିବ।

tax

– ଏହି ପେନସନ ଯୋଜନାରେ ମାତ୍ରକୁ ୪୨ ଟଙ୍କା ଜମା କରିବାକୁ ହେବ। ଯେଉଁଥିରେ ୬୦ ବର୍ଷ ପରେ ଆପଣଙ୍କୁ ୧ ହଜାର ଟଙ୍କା ପେନସନ ମିଳିବ।

– ସେହିପରି ୫୦୦୦ ଟଙ୍କା ମାସକୁ ପେନସନ ମିଳିବା ପାଇଁ ମାସକୁ ୨୧୦ ଟଙ୍କା ଜମା କରିବାକୁ ହେବ।

– ଯଦି ଏହି ଯୋଜନା ମଝିରେ ସବସ୍କ୍ରାଇବରଙ୍କ ମୃତ୍ୟୁ ହୁଏ, ତେବେ ନୋମିନକୁ ୮.୫ ଲକ୍ଷ ଟଙ୍କା ମିଳିବ।

– ଏହି ଯୋଜନାରେ ପେନସନ କେବଳ ୧ ହଜାରୁ ୫ ହଜାର ପର୍ଯ୍ୟନ୍ତ ମିଳିବ। ପେନସନ କେତେ ମିଳିବ ଏହା ଆପଣଙ୍କ ପ୍ରତିମାସର ଜମା ରାଶି ଉପରେ ନିର୍ଭର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.