ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ଆଉ କେମିତି ଖୋଲିବେ କଣ ସବୁ ଡକ୍ୟୁମେଣ୍ଟସ ଦରକାର ପଡିବ ତାହା ଜାଣିନାହାନ୍ତି ତାହାଲେ ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ଜଣାଇବୁ ଏକଦମ୍ ଆଡଭାନ୍ସ ତରିକା। ମାନେ ଆମେ ଆପଣଙ୍କୁ ଜଣାଇବୁ ଏବେ ଆପଣ ଯଦି ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କୌଣସି ବି କାଗଜପତ୍ର ଦେବାର ଆବଶ୍ୟକ ନାହିଁ। ଅର୍ଥାତ ଆପଣ ବିନା ଡକ୍ୟୁମେଣ୍ଟରେ ମାତ୍ର ୫ ମିନିଟରେ ଏସବିଆଇରେ ଖାତା ଖୋଲିପାରିବେ। ଆପଣଙ୍କ ପାଇଁ ଆଜି ଆମେ ଏକଦମ୍ ନୂଆ ଏବଂ ଆଡଭାନ୍ସ ତରିକା ନେଇ ଆସିଛୁ। ଆଉ ସବୁଠାରୁ ଖାସ୍ କଥା ହେଉଛି ଏହି ସରକାରୀ ବ୍ୟାଙ୍କରେ ଖାତା ଖୋଲିବା ପାଇଁ କୌଣସି ପେପରଓ୍ଵାର୍କ କରିବାର ଆବଶ୍ୟକ ପଡିବନାହିଁ। ଆଉ ମାତ୍ର ୫ ମିନିଟରେ ଆପଣଙ୍କର ଖାତା ଖୋଲିଯିବ।
ଏସବିଆଇ ଦେବ ଇନଷ୍ଟାଣ୍ଟ ବ୍ୟାଙ୍କ୍ ଆକାଉଣ୍ଟ
ଏସବିଆଇ ଇନଷ୍ଟା ସେଭିଙ୍ଗ୍ ବ୍ୟାଙ୍କ୍ ଆକାଉଣ୍ଟର ସୁବିଧା ଆରମ୍ଭ କରିଛି। ଏହା ହେଉଛି ଆଧାର ବେସଡ୍ ଡିଜିଟାଲ ସେଭିଙ୍ଗସ୍ ଆକାଉଣ୍ଟ। ଆଉ ଏହାଦ୍ୱାରା ଗ୍ରାହକ ବ୍ୟାଙ୍କର ଇଣ୍ଟିଗ୍ରେଟେଡ୍ ବ୍ୟାକିଙ୍ଗ୍ ଏବଂ ଲାଇଫଷ୍ଟାଇଲ ପ୍ଲାଟଫର୍ମ ୟୋନୋ ଜରିଆରେ ଆକାଉଣ୍ଟ ଖୋଲିପାରିବେ। ଏସବିଆଇ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଗ୍ରାହକଙ୍କୁ ସୂଚିତ କରିଛି ଯେ ଇନଷ୍ଟା ସଞ୍ଚୟ ଖାତାକୁ ଆପଣ ନିଜ ଘରେ ବସି ହିଁ ସହଜରେ ଖୋଲିପାରିବେ। ଏହାସହିତ ଏହି ଜମା ଖାତାର ସବୁଠାରୁ ଭଲ ଖବର ହେଉଛି ଏଥିପାଇଁ ଆପଣଙ୍କୁ ମିନିମିମ୍ ଟଙ୍କା ରଖିବାକୁ ପଡିବନାହିଁ। ଏଥିରେ ବେଶି କିଛି ଜିନିଷର ବି ଆବଶ୍ୟକତା ପଡିବନାହିଁ।
ଜମା ଖାତା ଖୋଲିବାର ଉପାୟ
ଏସବିଆଇ ଆପଣଙ୍କୁ ତୁରନ୍ତ ଜମା ଖାତା ଖୋଲିବା ପାଇଁ ଏକଦମ୍ ସହଜ ତରିକା ଦେଇଛି। ଆପଣ ଗୁଗଲ ପ୍ଲେ ଷ୍ଟୋରରୁ YONO ଆପ୍ ଡାଉନଲୋଡ୍ କରନ୍ତୁ। ଏହାପରେ ଏଥିରେ ସମସ୍ତ ଜରୁରୀ ବିବରଣୀ ଭରନ୍ତୁ। ଏହାପରେ ବ୍ୟାଙ୍କ ଆପଣଙ୍କ ମୋବାଇଲକୁ ଏକ ଭେରିଫିକେସନ କୋଡ ଦେବ। ଯେଉଁ କୋଡକୁ ଆପଣ ସବମିଟ୍ କରିବା ପରେ ଖୋଲଯିବ ଆପଣଙ୍କ ଜମା ଖାତା। ଗ୍ରାହକ ନିଜର ଡିଟେଲ୍ସ ବ୍ୟାଙ୍କରେ ଜମା କରିବା ପାଇଁ ପୂରା ଗୋଟେ ବର୍ଷ ସମୟ ଦିଆଯାଇଛି। ଆପଣ କେବେବି ନିଜର ନିକଟସ୍ଥ ଶାଖାକୁ ଯାଇ ସମସ୍ତ ଜରୁରୀ ଡକ୍ୟୁମେଣ୍ଟସ ଦେଇପାରିବେ।